ବିଓବିର ‘ବରୋଦା ଡିଜିନେକ୍ସଟ୍‌’

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ କର୍ପୋରେଟ୍‌ ଏବଂ ସରକାରୀ ଗ୍ରାହକଙ୍କ ପାଇଁ ନୂଆ ବ୍ୟବସ୍ଥା ‘ବରୋଦା ଡିଜିନେକ୍ସଟ୍‌’ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଡିଜିଟାଲ୍‌ କାରବାର ସହଜ ହୋଇପାରିବ। କଂପାନିଗୁଡ଼ିକର କାର୍ଯ୍ୟକାରୀ ପୁଞ୍ଜି ପରିଚାଳନା ସୁବିଧାଜନକ ହୋଇପାରିବ। କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ସବୁ ପ୍ରକାର ଆଦାୟ ଏବଂ ପେମେଣ୍ଟ୍‌କୁ ଏହା ଡିଜିଟାଲ୍‌ ମାଧ୍ୟମରେ ପରିଚାଳନା କରିପାରିବ। ବରୋଦା ଡିଜିନେକ୍ସଟ୍‌ ଉନ୍ମୋଚନ ଅବସରରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ମୟାଙ୍କ କେ ମେହତା ଏବଂ ଏମ୍‌ଡି ତଥା ସିଇଓ ପି ଏସ୍‌ ଜୟକୁମାର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର