ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆର କିଟ୍ ୟୁନିଭରସିଟି ଶାଖାକୁ କିଟ୍ କ୍ୟାମ୍ପସ୍ରେ ଥିବା ନୂତନ ଗୃହକୁ ସ୍ଥାନାନ୍ତରିତ କରାଯାଇଛି। କିଟ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତନୁ କୁମାର ଦାସ ଏହି ଶାଖାକୁ ଉଦ୍ଘାଟନ କରିଛନ୍ତି। ବ୍ୟାଙ୍କର ପ୍ରବନ୍ଧକ ୱାଇ ଏନ ଦ୍ବିବେଦୀ କହିଛନ୍ତି ଯେ, ଏହି ଶାଖା ସ୍ଥାନୀୟ ଅଞ୍ଚଳର ଗ୍ରାହକଙ୍କ ବ୍ୟାଙ୍କିଙ୍ଗ ଆବଶ୍ୟକତା ପୂରଣ କରିବ। ଅନ୍ୟମାନଙ୍କ ମଧ୍ୟରେ କିଟ୍ର ନିର୍ଦେଶକ-ଅର୍ଥ ଏଚ୍ କେ ନାୟକ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ।
ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସ୍ଥାନାନ୍ତର
/sambad/media/post_attachments/wp-content/uploads/2018/02/The-Bank-of-India-640x306.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)