ବିଓବି ସମ୍ବଲପୁର କ୍ଷେତ୍ରର ବାର୍ଷିକ ସମୀକ୍ଷା ବୈଠକ

ସମ୍ବଲପୁର:  ବ୍ୟାଙ୍କ ଅଫ ବରୋଦା ସମ୍ବଲପୁର କ୍ଷେତ୍ର ତରଫରୁ ସମସ୍ତ ଶାଖାମାନଙ୍କର ଏକ ସମୀକ୍ଷା ବୈଠକ ଏବଂ ପୁରସ୍କାର ବିତରଣ ସମାରୋହ ସ୍ଥାନୀୟ ହୋଟେଲ ନିକ୍କୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକକୁ କ୍ଷେତ୍ରୀୟ ପ୍ରବନ୍ଧକ ଦିନେଶ ପନ୍ଥ ଶୁଭାରମ୍ଭ କରିଥିଲେ। ବୈଠକରେ ୨୦୧୮ ମାର୍ଚ୍ଚ ସୁଦ୍ଧା ସମ୍ବଲପୁର କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଏବଂ କାରବାରର ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା। ବୈଠକରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଶାଖା ପ୍ରବନ୍ଧକ ମାନଙ୍କୁ ପୁରସ୍କୃତ କରାଯିବା ସହିତ ପଦୋନ୍ନତି ପରୀକ୍ଷାରେ ସଫଳ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ଅଞ୍ଚଳ ପ୍ରମୁଖ ଦେବବ୍ରତ ମୁଖୋପାଧ୍ୟାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। 

ସମ୍ବନ୍ଧିତ ଖବର