ବ୍ୟାଙ୍କରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଅନେକ ଖାଲିଥିବା ପଦବୀ ପୂରଣ ପାଇଁ ବାହାରିଛି ବିଜ୍ଞପ୍ତି

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ପାଇବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ବ୍ୟାଙ୍କ ଅଫ ମହାରାଷ୍ଟ୍ର ଅଫିସର ପଦବୀ-୨୦୨୨ ପାଇଁ ଏକ ବିଜ୍ଞପ୍ତି ଜାରି କରିଛି। ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଧିକାରିକ ୱେବସାଇଟ bankofmaharashtra.in କୁ ଯାଇ ଅନଲାଇନ ଆବେଦନ କରି ପାରିବେ।

ବ୍ୟାଙ୍କ ଅଫ ମହାରାଷ୍ଟ୍ର ଭର୍ତ୍ତି -୨୦୨୨ର ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଆବେଦନକାରୀ ୨୦୨୨ ଡିସେମ୍ବର ୨୩ ପୂର୍ବରୁ ଅଧିକାରିକ ୱେବସାଇଟକୁ ଯାଇ କେବଳ ଅନଲାଇନ ମୋଡରେ ଆପ୍ଲିକେସନ ଫର୍ମ ଭରି ଜମା କରି ପାରିବେ।

ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର(ଏଜିଏମ) ପାଇଁ ୩ଟି, ଚିଫ ମ୍ୟାନେଜର ପାଇଁ ୨୩ଟି, ଜେନେରାଲ ଅଫିସର ପଦବୀ ପାଇଁ ୫୦୦, ଫାରେକ୍ସ/ଟ୍ରେଜରି ଅଫିସର ପାଇଁ ୨୫ଟି ପଦବୀ ଅର୍ଥାତ ମୋଟ ୫୫୧ଟି ଖାଲି ଥିବା ପଦୀବ ପୂରଣ ପାଇଁ ଆବେଦନକାରୀ ଆବେଦନ କରି ପାରିବେ।
ତେବେ ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ୟୁନିଭର୍ସିଟିରୁ ବ୍ୟାଚଲର ଡିଗ୍ରି କିମ୍ବା ମାଷ୍ଟର ଡିଗ୍ରି ହାସଲ କରିଥିବା ଦରକାର। ଏହା ବ୍ୟତୀତ ଆବେଦନକାରୀଙ୍କ ବୟସ ସୀମା ପଦବୀ ଅନୁଯାୟୀ ଅଲଗାଅଲଗା ରହିଛି।

ଚୟନ ପ୍ରକ୍ରିୟା ଆଇବିପିଏସ ଦ୍ବାରା ଆୟୋଜିତ କରାଯାଇଥିବା ଅନଲାଇନ ପରୀକ୍ଷା ସାମିଲ ରହିଛି। ସଫଳ ଆବେଦନକାରୀଙ୍କୁ ତାଙ୍କ ରାଙ୍କିଂ ଆଧାରରେ ୧:୪ ଅନୁପାତରେ ସାକ୍ଷାତକାର ପାଇଁ ଡକାଯିବ।

ଚୟନ ଅନଲାଇନ ପରୀକ୍ଷା ଓ ସାକ୍ଷାତକାରରେ ପ୍ରାପ୍ତ ନମ୍ବର ଅନୁସାରେ ହେବ।
ୟୁଆର/ଇଡବ୍ଲ୍ୟୁଏସ/ଓବିସି ଶ୍ରେଣୀ ପାଇଁ ଆବେଦନ ଶୁଳ୍କ ୧୧୮୦ଟଙ୍କା ଥିବା ବେଳେ ଏସସି/ଏସଟି/ପିଡବ୍ଲ୍ୟୁବିଡି ଶ୍ରେଣୀଙ୍କ ପାଇଁ ୧୧୮ଟଙ୍କା ରହିଛି। ଥରେ ଏହି ଶୁଳ୍କ ପୈଠ ହୋଇଗଲେ କୌଣସି ଜମାଖାତାକୁ ଟଙ୍କା  ଫେରସ୍ତ କରାଯିବ ନାହିଁ।

 

ସମ୍ବନ୍ଧିତ ଖବର