ଜମା ଉପରେ ବୀମା ରାଶି ୫ ଲକ୍ଷକୁ ବୃଦ୍ଧି, ୨୦% ଅଧିକ ପ୍ରିମିୟମ ଗଣିବେ ବ୍ୟାଙ୍କ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌‌ରେ ବ୍ୟାଙ୍କ ଜମାକାରୀଙ୍କ ବୀମା ପ୍ରଦାନ ରାଶି ୫ ଗୁଣ ବୃଦ୍ଧି କରିଛନ୍ତି। ଜମାକାରୀମାନଙ୍କୁ ୧ ଲକ୍ଷ ଟଙ୍କାର ବୀମା ସୁବିଧା ମିଳୁଥିବାବେଳେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଡିପୋଜିଟ୍ ଆଣ୍ଡ୍‌ କ୍ରେଡିଟ୍ ଇନସ୍ୟୁରାନ୍ସ ଗ୍ୟାରେଣ୍ଟି କର୍ପୋରେସନ୍ (ଡିଆଇସିଜିସି) ଏହି ବୀମା ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିଥାଏ। ବ୍ୟାଙ୍କ କୌଣସି କାରଣରୁ ବୁଡ଼ିଗଲେ କିମ୍ବା ଦେବାଳିଆ ହୋଇଗଲେ ଜମାକାରୀମାନଙ୍କୁ ଉକ୍ତ ରାଶି ମିଳିଥାଏ। କିନ୍ତୁ ବୀମା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ପ୍ରିମିୟମ ରାଶିରେ ୨୦ ପ୍ରତିଶତ ବୃଦ୍ଧି ଘଟିବ। ପ୍ରତି ୧୦୦ ଟଙ୍କା ବାବଦରେ ବୀମା ପ୍ରିମିୟମ ବାବଦରେ ବ୍ୟାଙ୍କ ୧୦ ପଇସା ପ୍ରଦାନ କରୁଥିବାବେଳେ ଏବେ ୧୨ ପଇସା ପ୍ରଦାନ କରିବାକୁ ହେବ। ତେଣୁ ବ୍ୟାଙ୍କର ଆୟବ୍ୟୟ ହିସାବଫର୍ଦ୍ଦ ଉପରେ ଏହାର ସେତେଟା ପ୍ରଭାବ ପଡ଼ିବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ବି ପି କାନୁନ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର