ନୂଆଦିଲ୍ଲୀ : ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ସାଧାରଣ ବୀମା କମ୍ପାନିର ଘରୋଇକରଣ ଚଳିତ ଆର୍ଥିକ ବର୍ଷରେ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ଘୋଷଣା କରିଛନ୍ତି। ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି। ନିତି ଆୟୋଗ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ ହୋଇଛି। ଆସନ୍ତା ୧୪ ତାରିଖରେ ନିତି ଆୟୋଗ, ରିଜର୍ଭ ବ୍ୟାଙ୍କ, ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ଏବଂ ଅର୍ଥନୈତିକ ବ୍ୟାପାର ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ମଧ୍ରରେ ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। କେଉଁ ବ୍ୟାଙ୍କର ଘରୋଇକରଣ ହେବ ତାହା ଉପରେ ଅଧିକାରୀମାନେ ବିଚାରବିମର୍ଶ କରିବେ। ନିତି ଆୟୋଗ ପକ୍ଷରୁ ୪ରୁ ୫ଟି ବ୍ୟାଙ୍କର ନାମ ପ୍ରସ୍ତାବ ଆକାରରେ ଦିଆଯାଇଛି। ଏହା ଉପରେ ଆଲୋଚନା ହେବ। ପ୍ରସ୍ତାବିତ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଆଦିର ନାମ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ପରେ ଆଜି ଷ୍ଟକ ମାର୍କେଟରେ ଏସବୁ ବ୍ୟାଙ୍କର ସେୟାର ମୂଲ୍ୟରେ ମାତ୍ରାଧିକ ବୃଦ୍ଧି ଘଟିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ସେୟାର ମୂଲ୍ୟ ୧୫.୩ ପ୍ରତିଶତ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ସେୟାର ମୂଲ୍ୟ ୧୨ ପ୍ରତିଶତ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେୟାର ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି ଘଟିଛି।
ବ୍ୟାଙ୍କ ଘରୋଇକରଣ ବୈଠକ ୧୪ରେ
/sambad/media/post_attachments/wp-content/uploads/2019/11/bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)