ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇ ବିଷୟରେ ବିଭିନ୍ନ ପ୍ରଶ୍ନ ଉତ୍ତର ଦେବା ପାଇଁ ଏକ ସଂସଦୀୟ କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଉର୍ଜିତ ପଟେଲ୍ଙ୍କୁ ଡାକିଛି। ମେ’ ୧୭ରେ କମିଟିରେ ହାଜର ହୋଇ ଉର୍ଜିତ ବ୍ୟାଙ୍କ ଠକେଇ ଉପରେ ରିଜର୍ଭ ବ୍ୟାଙ୍କର ପକ୍ଷ ଉପସ୍ଥାପନ କରିବେ। ସରକାରୀ ବ୍ୟାଙ୍କରେ ହେଉଥିବା ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ବିଶେଷ କ୍ଷମତା ନାହିଁ ବୋଲି ସେ ପୂର୍ବରୁ କହିଥିଲେ। ଠକେଇ ରୋକିବା ପାଇଁ ଆଉ କଣ ସବୁ କ୍ଷମତା ଦରକାର ତାହା ସେ ସଂସଦୀୟ କମିଟିକୁ ଜଣାଇବେ। କଂଗ୍ରେସ ନେତା ଏମ୍ ବିରପ୍ପା ମୋଇଲିଙ୍କ ନେତୃତ୍ୱରେ ଗଠିତ ଅର୍ଥ ସଂପର୍କିତ ସଂସଦୀୟ କମିଟି ସାମ୍ନାରେ ଉର୍ଜିତ ହାଜର ହେବେ। ଏହି କମିଟି ପକ୍ଷରୁ ଆର୍ଥିକ ବ୍ୟାପାର ସଚିବ ରାଜୀବ କୁମାରଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରାଯାଇଛି। ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ତିନି ସପ୍ତାହର ମହଲତ ମାଗିଛନ୍ତି।
ବ୍ୟାଙ୍କ ଠକେଇ ନେଇ ସଂସଦୀୟ କମିଟିରେ ହାଜର ହେବେ ଉର୍ଜିତ
/sambad/media/post_attachments/wp-content/uploads/2018/04/urjit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)