ମୁମ୍ବାଇ: ଆସନ୍ତା ୨୦ ତାରିଖରୁ ସରକାରୀ ଏବଂ ଘରୋଇ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କଠାରୁ କେତେକ ସେବା ପାଇଁ ଶୁଳ୍କ ଆଦାୟ କରିବେ। ଫଳରେ ଚଳିତମାସରୁ ବିଭିନ୍ନ ବ୍ୟାଙ୍କ ସେବା ମହଙ୍ଗା ହେବାକୁ ଯାଉଛି। ଟଙ୍କା ଉଠାଇବା, ଜମା କରିବା, ମୋବାଇଲ ନମ୍ବର ବଦଳାଇବା, କେଓ୍ଵାଇସି ଯୋଡ଼ିବା, ଠିକଣା ବଦଳାଇବା, ନେଟ୍ ବ୍ୟାଙ୍କିଂ ଓ ଚେକ୍ ବହି ପାଇଁ ଆବେଦନ କରିବା ଭଳି ସେବା ପାଇଁ ଗ୍ରାହକଙ୍କୁ ଅର୍ଥ ଦେବାକୁ ହେବ। ସେହିଭଳି ଯେଉଁ ବ୍ୟାଙ୍କ ଶାଖାରେ ଆପଣଙ୍କ ଖାତା ନାହିଁ ସେଠାରୁ ଯଦି କୌଣସି ପ୍ରକାର ସେବା ନିଅନ୍ତି ସେଥିପାଇଁ ମଧ୍ୟ ଶୁଳ୍କ ଦେବାକୁ ପଡ଼ିବ। ଏସବୁ ଶୁଳ୍କ ଗ୍ରାହକଙ୍କ ଆକାଉଣ୍ଟରୁ କଟିବ। ଏହି ଶୁଳ୍କ ଲାଗୁ ହେଲେ ଦେଶରେ ଚେକ୍ ଏବଂ ଡିମାଣ୍ଡ ଡ୍ରାଫ୍ଟର ଚାହିଦା କମିବ ଏବଂ ଅନ୍ଲାଇନ କାରବାର ବଢ଼ିବ ବୋଲି ଆଶା କରାଯାଉଛି। ଗଣମାଧ୍ୟମରେ ହେଉଥିବା ଚର୍ଚା ଅନୁଯାୟୀ, ସେଲ୍ଫ ଚେକ୍ରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ଶୁଳ୍କରେ ଉଠାଇ ହେବ। ଏହା ଉପରକୁ ଟଙ୍କା ଉଠାଇଲେ ଶୁଳ୍କ ଦେବାକୁ ପଡ଼ିବ। ସଞ୍ଚୟ ଖାତାରେ ଦୈନିକ ୫୦ ହଜାର ଟଙ୍କା ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହା ଉପରକୁ ଶୁଳ୍କ ଦେବାକୁ ପଡ଼ିବ। ଚଳନ୍ତି ଖାତା, କ୍ୟାସ କ୍ରେଡିଟ ଆକାଉଣ୍ଟ ବା ଓଭରଡ୍ରାଫ୍ଟ ଆକାଉଣ୍ଟରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ବିନା ଶୁଳ୍କରେ କରାଯାଇ ପାରିବ। ଏହା ଉପରେ ପ୍ରତି ହଜାରେ ଟଙ୍କା ଜମା ପାଇଁ ୨ ଟଙ୍କା ୫୦ ପଇସା ଦେବାକୁ ହେବ। ଇଣ୍ଟରନେଟ୍ ଓ ମୋବାଇଲ ବ୍ୟାଙ୍କିଂ ପାଇଁ ୨୫ ଟଙ୍କା , ପିନ୍ ଓ ପାସଓ୍ଵାର୍ଡ ପରିବର୍ତନ ପାଇଁ ୧୦ ଟଙ୍କା ଦେବାକୁ ହେବ ବୋଲି କୁହାଯାଉଛି। ତେବେ ରିଜର୍ଭ ବ୍ୟାଙ୍କ କିମ୍ବା କୌଣସି ବ୍ୟାଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ମିଳି ପାରିନାହିଁ।
୨୦ରୁ ବ୍ୟାଙ୍କ ସେବା ମହଙ୍ଗା ହେବ!
/sambad/media/post_attachments/wp-content/uploads/2017/10/bank-1200xx684-385-0-64.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)