ଡାକଘରେ ବ୍ୟାଙ୍କ ସେବା ଖୁବ୍‌ଶୀଘ୍ର

ନୂଆଦିଲ୍ଲ: ଡାକଘରେ ଗ୍ରାହକଙ୍କୁ ବ୍ୟାଙ୍କ ସେବା ଖୁବ୍‌ଶୀଘ୍ର ମିଳିବ। ଦେଶର ୬୫୦ ଡାକଘରୁ ଏହି ସେବା ଅଗଷ୍ଟ ମାସରେ ଆରମ୍ଭ ହେବା ନେଇ ଯୋଜନା ରହିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ଅନୁମତି ପ୍ରଦାନ କରାଯାଇ ସାରିଛି। ପରିଚାଳନା, ପ୍ରଯୁକ୍ତି ଏବଂ ବଜାର ଦୃଷ୍ଟିରୁ ଏହାକୁ କେବେଠାରୁ ଆରମ୍ଭ କରାଯାଇ ପାରିବ ତାହାକୁ ଅନୁଧ୍ୟାନ କରାଯାଉଛି ବୋଲି ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍‌ ବ୍ୟାଙ୍କ (ଆଇପିପିବି)ର ଏମ୍‌ଡି ତଥା ସିଇଓ ସୁରେଶ ସେଠୀ କହିଛନ୍ତି। ଏହି ସେବା କେବେଠାରୁ ଆରମ୍ଭ ହେବ ସେ ନେଇ ଶ୍ରୀ ସେଠୀ କହି ନଥିଲେ ମଧ୍ୟ ଅଗଷ୍ଟରେ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଯୋଗାଯୋଗ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ଏୟାରଟେଲ ଏବଂ ପେଟିଏମ୍‌ ପରେ ଆଇପିପିବି ହେଉଛି ଦେଶର ତୃତୀୟ ସଂସ୍ଥା ଯିଏକି ପେମେଣ୍ଟ ବ୍ୟାଙ୍କ ସେବା ଆରମ୍ଭ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର