ନୂଆଦିଲ୍ଲୀ : ଗତ ଶନିବାର ଓ ଆଜି (ରବିବାର ) ବନ୍ଦ ଥିବା ବ୍ୟାଙ୍କଗୁଡ଼ିକ ଆସନ୍ତା ଦୁଇଦିନ ଅର୍ଥାତ ସୋମବାର ଓ ମଙ୍ଗଳବାର ମଧ୍ୟ ବନ୍ଦ ରହିବ । ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହିବା ଫଳରେ ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରଙ୍କ ବ୍ୟାଙ୍କ ମିଶ୍ରଣ ଏବଂ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ବ୍ୟାଙ୍କ ୟୁନିୟନଗୁଡ଼ିକ ଧର୍ମଘଟ ଡାକରା ଦେଇଥିବାରୁ ମାର୍ଚ୍ଚ ୧୫ ଓ ୧୬ରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବିୟୁ) ପକ୍ଷରୁ ଏହି ଧର୍ମଘଟ ଡକରା ଦିଆଯାଇଛି । ୟୁଏଫବିୟୁ ପକ୍ଷରୁ କୁହାଯାଇଛି ଯେ ଏହି ଧର୍ମଘଟରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଅଂଶଗ୍ରହଣ କରିବେ ।
ଗତ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ ପୁଞ୍ଜିପ୍ରତ୍ୟାହାର ଯୋଜନା ଅଧିନରେ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ ଘୋଷଣା କରିଥିଲେ । ଗତ ୨୦୧୯ରେ ଆଇଡିବିଆଇ ବ୍ୟାଙ୍କରୁ ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର କରାଯାଇ ଏଲଆଇସିକୁ ବିକ୍ରି କରାଯାଇଥିଲା ।
ଅନ୍ୟପକ୍ଷରେ ଏପ୍ରିଲ ୧ରୁ ୮ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିଭିନ୍ନ ବୃହତ ବ୍ୟାଙ୍କରେ ମିଶ୍ରଣ ହେବ ।