ମୁମ୍ବାଇ : ଆସନ୍ତା ୨୨ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । କାରଣ ଦେଶର ୨ଟି ପ୍ରମୁଖ ବ୍ୟାଙ୍କ ୟୁନିୟନ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋୟିଜ୍ ଆସୋସିଏସନ ଓ ବ୍ୟାଙ୍କ ଏମ୍ପ୍ଲୋଇଜ୍ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।
ବ୍ୟାଙ୍କ ମିଶ୍ରଣ ଓ ବ୍ୟାଙ୍କ ଜମା ଉପରେ ମିଳୁଥିବା ସୁଧହାର ହ୍ରାସର ପ୍ରତିବାଦ କରି ଏହି ଧର୍ମଘଟ ଡାକରା ଦିଆଯାଇଛି । ଏହି ଦୁଇଟି ୟୁନିୟନ ମଧ୍ୟ ବ୍ୟାଙ୍କ ଘରୋଇକରଣ, ଆଉଟସୋର୍ସିଂ ଆଦିକୁ ବିରୋଧ କରୁଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଆଶ୍ୱସ୍ତିର କଥା ହେଉଛି ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କର କାରବାରରେ ଏହି ଧର୍ମଘଟର ବିଶେଷ ପ୍ରଭାବ ପଡିବାର ଆଶଙ୍କା ନାହିଁ । କାରଣ ଷ୍ଟେଟ ବ୍ୟାଙ୍କର କର୍ମଚାରୀମାନେ ଏହି ଦୁଇଟି ୟୁନିୟନର ସଦସ୍ୟ ନାହାନ୍ତି । ଆହୁରି ମଧ୍ୟ ଅନ୍ୟ ୭ଟି ବ୍ୟାଙ୍କ ୟୁନିୟନ- ୩ଟି କର୍ମଚାରୀ ୟୁନିୟନ ଓ ୪ଟି ଅଫିସର ୟୁନିୟନ ଏହି ଧର୍ମଘଟରେ ସାମିଲ ନାହାନ୍ତି ।