ଏଟିଏମ୍‌ ସେବାକୁ ପ୍ରଭାବିତ କରୁଛି ବ୍ୟାଙ୍କ୍‌ ବନ୍ଦ, ଅର୍ଥାଭାବ ସମସ୍ୟାରେ ଘାଣ୍ଟି ହେଲେ ଗ୍ରାହକ

ନୂଆଦିଲ୍ଲୀ: ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିୟନ୍‌ସ(ୟୁଏଫ୍‌ବିୟୁ) ପକ୍ଷରୁ ଦ୍ୱିତୀୟ ଥର ପାଇଁ ଆଜି ହୋଇଥିବା ବ୍ୟାଙ୍କ୍‌ ବନ୍ଦ ଡକରା ବିଭିନ୍ନ ପ୍ରକାରର ବ୍ୟାଙ୍କିଂ ସେବାକୁ ପ୍ରଭାବିତ କରିଛି। ବ୍ୟାଙ୍କ୍‌ ବନ୍ଦ ହେତୁ ନାଗରିକମାନେ ଏଟିଏମ୍‌ରେ ଟଙ୍କା ଅଭାବ ପରି ସମସ୍ୟାର ସମ୍ମୁଖୀନ ହେୁଉଥିବାର ସୂଚନା ରହିଛି। ବିଭିନ୍ନ ଏଟିଏମ୍‌ରେ ଟଙ୍କା ନଥିବା ହେତୁ ସରକାରୀ ବ୍ୟାଙ୍କ୍‌ ଗ୍ରାହକମାନେ ଖୁବ୍‌ ହୀନସ୍ତା ହେଉଛନ୍ତି। ତେବେ, ବେସରକାରୀ ବ୍ୟାଙ୍କ୍‌୍‌ଗୁଡ଼ିକ ଏହା ଦ୍ୱାରା ବିଶେଷ ପ୍ରଭାବିତ ହୋଇ ନାହାନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସରକାରୀ ବ୍ୟାଙ୍କ୍‌ଗୁଡ଼ିକୁ ଛାଡ଼ି ଦେଲେ ଅନ୍ୟ ସବୁ ବ୍ୟାଙ୍କ୍‌ ବନ୍ଦ ଡକରା ଦେଇ ନଥିଲେ ଯଦିଓ, ଗତକାଲି ଖ୍ରୀଷ୍ଟମାସ ଥିବା ହେତୁ ଦେଶର ସମସ୍ତ ବ୍ୟାଙ୍କ୍‌ ବନ୍ଦ ରହିଥିଲା। ଯାହା ଫଳରେ ପ୍ରାୟ ଅଧିକାଂଶ ଏଟିଏମ୍‌ରେ ଅର୍ଥାଭାବ ପରିଲିକ୍ଷିତ ହେବା ଏକ ସ୍ୱାଭାବିକ କଥା।

ଉଲ୍ଳେଖଯେଗ୍ୟେ, ନୂତନ ଦରମା ହାର ଲାଗୁ ଓ ବ୍ୟାଙ୍କ୍‌ ମିଶ୍ରଣ ସକାଶେ ୟୁଏଫ୍‌ବିୟ ପକ୍ଷରୁ ଏକ ସପ୍ତାହ ମଧ୍ୟରେ ୨ ଥର ଧର୍ମଘଟ ହୋଇ ସାରିଲାଣି। ପ୍ରଥମେ ଡିସେମ୍ବର ୨୧ ତାରିଖରେ ବ୍ୟାଙ୍କ୍‌ ବନ୍ଦ ହୋଇଥିବା ବେଳେ ପୁଣି ଡିସେମ୍ବର ୨୬ ତାରିଖ ଅର୍ଥାତ, ଆଜି ଏହି ବନ୍ଦ ଡକରା ହୋଇଛି। ଯାହାକି ଗ୍ରାହକଙ୍କ ସକାଶେ ଦ୍ୱିଗୁଣିତ ସମସ୍ୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର