ଏହି ସପ୍ତାହରେ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରିଦିଅନ୍ତୁ ଜରୁରୀ କାମ

ଭୁବନେଶ୍ୱର: ବ୍ୟାଙ୍କରୁ ଆପଣଙ୍କର ଟଙ୍କା ଉଠାଇବାର ଅଛି କି ? ଟଙ୍କା ଉଠାଇବା ସହ ଅନ୍ୟ କୌଣସି ଜରୁରୀ କାମ କରିବାର ଅଛି କି ? ଯଦି ହଁ ତେବେ ଶୀଘ୍ର ଏହି କାମ ସାରିଦିଅନ୍ତୁ | କାରଣ ଏହି ସପ୍ତାହରେ ଲଗାତାର ତିନି ଦିନ ପାଇଁ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି। ମିଳିଥିବା ସୂଚନା ମୁତାବକ ପ୍ରତ୍ୟେକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିଥାଏ | ଆଉ ଏଥର ଡିସେମ୍ବର ୨୬ ରେ, ମାସର ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ |

ସେହିପରି ୨୭ ତାରିଖରେ ରବିବାର ପଡୁଥିବାରୁ ସାପ୍ତାହିକ ଛୁଟି ଭାବରେ ବ୍ୟାଙ୍କ ବନ୍ଦ ରହିବ | ଅନ୍ୟପଟେ ଡିସେମ୍ବର ୨୫ ରେ ଏକ୍ସମାସ ପାଇଁ ବ୍ୟାଙ୍କ ବନ୍ଦ ରହିବ | ତେଣୁ ଶୁକ୍ରବାର,ଶନିବାର ଓ ରବିବାର ତିନି ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଯଦି ଆପଣଙ୍କର ବ୍ୟାଙ୍କରେ କିଛି କାମ ରହିଯାଇଛି, ତେବେ ଗୁରୁବାର ସୁଦ୍ଧା ଏହାକୁ ସାରିଦିଅନ୍ତୁ |

ବଡ କଥା ହେଉଛି ଯେ, ଆସନ୍ତା ସପ୍ତାହ ବର୍ଷର ଶେଷ ଦିନ ହେବ | ଏହା ପରେ ଅନେକ ନିୟମ ପରିବର୍ତ୍ତନ ହେବ | ଡିସେମ୍ବର ୩୧ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ଆପଣଙ୍କୁ ବ୍ୟାଙ୍କ ଷ୍ଟେଟମେଣ୍ଟ, ସୁଧ ଆୟର ପ୍ରମାଣପତ୍ର, ଫର୍ମ ଭଳି ଅନେକ ଡକ୍ୟୁମେଣ୍ଟ ଆବଶ୍ୟକ ହୋଇପାରେ | ତେଣୁ ଗୁରୁବାର ମଧ୍ୟରେ ଏହି କାମ ସାରିଦିଅନ୍ତୁ |

ସମ୍ବନ୍ଧିତ ଖବର