ବିଜିୟୁରେ ବ୍ୟାଙ୍କିଙ୍ଗ ଆଲୋଚନାଚକ୍ର

ଭୁବନେଶ୍ୱର: ବିର୍ଲ୍ଲା ଗ୍ଲୋବାଲ ୟୁନିଭରସିଟି(ବିଜିୟୁ) ଭୁବନେଶ୍ୱର ପକ୍ଷରୁ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅର୍ଥନୀତିଜ୍ଞ ପ୍ରଫେସର ବୈଦ୍ୟନାଥ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଉପରେ ଗୁରୁତ୍ୱ ତଥା ବ୍ୟାଙ୍କ ଗୁଡ଼ିକର ଏମ୍‌ଏସ୍‌ଏମ୍‌ଇକୁ ସାହାଯ୍ୟ କରିବା ପ୍ରକ୍ରିୟା ହିଁ ଅର୍ଥନୈତିକ ସ୍ତରରେ ବିକାଶ ଆଣିପାରିବ ବୋଲି ସେ କହିଛନ୍ତି। ବିଜିୟୁର ରେଜିଷ୍ଟ୍ରାର ଡକ୍ଟର ବି କେ ଦାସ କହିଛନ୍ତି ଯେ ବ୍ୟାଙ୍କ ଗୁଡ଼ିକ ଉପରେ ସରକାର ବିଭିନ୍ନ ଅଣ-ବ୍ୟାଙ୍କିଙ୍ଗ୍‌ କାର୍ଯ୍ୟଭାର ଦେଉଥିବାରୁ ତାହା ସେମାନଙ୍କ ଦକ୍ଷତା ଉପରେ ପ୍ରଭାବ ପକାଉଛି। ବିଜିୟୁର ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ୍‌ର ଡିନ୍‌ ଡକ୍ଟର ପି କେ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର