ସମବାୟ ବ୍ୟାଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ : ଦେଶ‌ରେ ଥିବା ୧୫୪୦ଟି ସମବାୟ ବ୍ୟାଙ୍କକୁ ସୁଦୃଢ଼ କରିବା ଏବଂ ମୁମ୍ବାଇର ପିଏମ୍‌ସି ବ୍ୟାଙ୍କ ଭଳି ସମସ୍ୟା ଉପରେ ରୋକ ଲଗାଇବା ଲାଗି ବ୍ୟାଙ୍କିଙ୍ଗ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ସମବାୟ ବ୍ୟାଙ୍କଗୁଡ଼ିକ ରେଜିଷ୍ଟ୍ରାର୍‌ ଅଫ୍ କୋଅପରେଟିଭ ଦ୍ବାରା ପରିଚାଳିତ ହେଉଥିଲେ। ଆଗକୁ ସେମାନେ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ କାର୍ଯ୍ୟ କରିବେ। ସମବାୟ ବ୍ୟାଙ୍କର ସିଇଓ ନିଯୁକ୍ତ କରିବା ବେଳେ ରିଜର୍ଭ ବ୍ୟାଙ୍କର ଅନୁମତି ନେବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ବ୍ୟାଙ୍କଗୁଡ଼ିକର ଅଡିଟ୍ ହେବ। ବ୍ୟାଙ୍କରେ ସମସ୍ୟା ଦେଖାଦେଲେ ରିଜର୍ଭ ବ୍ୟାଙ୍କ ତାହାର ବୋର୍ଡକୁ ରଦ୍ଦ କରିପାରିବ।

ସମ୍ବନ୍ଧିତ ଖବର