ଜୁନ୍‌ରେ ୧୨ଦିନ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ : ଜୁନ ମାସରେ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୧୨ ଦିନ ବନ୍ଦ ରହିବ। ସେଥିରେ ରବିବାର ସହିତ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ସମେତ ଅନ୍ୟାନ୍ୟ ଛୁଟି ରହିଛି। ରାଜ୍ୟ ଅନୁଯାୟୀ ଛୁଟିରେ ଭିନ୍ନତା ରହିବ। ଓଡ଼ିଶାରେ ୧୫ ତାରିଖ ରଜ ସଂକ୍ରାନ୍ତି ଏବଂ ୨୦ ତାରିଖରେ ରଥଯାତ୍ରା ପାଇଁ ବ୍ୟାଙ୍କ ଛୁଟି ରହିବ। ୩୦ ତାରିଖରେ ଇଦ୍‌-ଉଲ-ଜୁହା ପାଇଁ ବ୍ୟାଙ୍କ ଛୁଟି ରହିବ।

ଏହାବ୍ୟତୀତ ୪, ୧୧, ୧୮ ଏବଂ ୨୫ ତାରିଖ ରବିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବାକୁ ଥିବାବେଳେ ୧୦ ଓ ୨୪ ତାରିଖରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ସ୍ବାଭାବିକ ଭାବେ ବନ୍ଦ ରହିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର