ମୁମ୍ବାଇ: ପୁଣି ଥରେ ଏହି ୨୦୦୦ ଟଙ୍କିଆ ନୋଟ୍ ର ଭାଗ୍ୟ ଭବିଷ୍ୟତକୁ ନେଇ ଆସିଛି ବଡ଼ ଖବର । କାରଣ ବିଭିନ୍ନ ବ୍ୟାଙ୍କ ତରଫରୁ ଏଟିଏମରେ ୨ ହଜାର ଟଙ୍କିଆ ନୋଟ୍ ବଦଳରେ ଏବେ ପ୍ରଚୁର ପରିମାଣର ୫୦୦ ଟଙ୍କିଆ ନୋଟ୍ ରଖାଯାଉଥିବା ଖବର ଆସିଛି। ଏଣୁ ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।
ଇଂରାଜୀ ଖବର କାଗଜ ବିଜନେସ୍ ଷ୍ଟାଣ୍ଡର୍ଡର ସୂଚନା ମୁତାବକ, ଦେଶରେ ଥିବା ୨ ଲକ୍ଷ ୪୦ ହଜାର ଏଟିଏମ୍ ମେସିନରେ ୨୦୦୦ ଟଙ୍କିଆ ନୋଟ୍ ବଦଳରେ ୫୦୦ ଟଙ୍କିଆ ନୋଟ୍ ମହଜୁଦ୍ ରଖାଯାଉଛି । ଏପରିକି ଏଟିଏମ୍ ମେସିନ୍ ଗୁଡ଼ିକରେ ସାଧାରଣତଃ ୪ଟି କାସେଟ୍ ଥାଏ ଯେଉଁଥିରେ ୨୦୦୦, ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ୍ ରହିଥାଏ । କିନ୍ତୁ ବର୍ତ୍ତମାନର ଏଥିରେ ପରିବର୍ତ୍ତନ କରାଯାଇ ଏଟିଏମ୍ ମେସିନରେ ୨୦୦୦ ଟଙ୍କିଆ ନୋଟ୍ ରହୁଥିବା କାସେଟ କାଢ଼ି ଦିଆଯାଉଛି । ତେବେ ବର୍ତ୍ତମାନ ଯେଉଁ ୨୦୦୦ ଟଙ୍କିଆ ନୋଟ୍ ଆସୁଛି ତାହାକୁ ବ୍ୟାଙ୍କର କରେନ୍ସି ଚେଷ୍ଟରେ ରଖାଯାଉଛି । ଏପରିକି କିଛିମାସ ମଧ୍ୟରେ ଏହି ନୋଟକୁ ରିଜର୍ଭ ବ୍ୟାଙ୍କର ବୋଲ୍ଟକୁ ଫେରାଇ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି, ଏପରି କୌଣସି ନିର୍ଦ୍ଦେଶ ବ୍ୟାଙ୍କମାନଙ୍କୁ ଦିଆଯାଇନାହିଁ।
/sambad/media/post_attachments/wp-content/uploads/2020/01/22575-atm-cash-ians.jpg)
ଅନ୍ୟପଟେ ୨୦୧୬ ନଭେମ୍ବର ୮ରେ ମୋଦି ସରକାର କରିଥିବା ବିମୁଦ୍ରୀକରଣ ପରେ ପରେ ୨୦୧୭ ଆରମ୍ଭରୁ ହିଁ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା । ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ୨୦୧୭ ଆର୍ଥିକ ବର୍ଷରେ ବ୍ୟାଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ନୋଟ୍ ମଧ୍ୟରୁ ୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ରହିଥିଲା । ହେଲେ ୨୦୧୯ ଆର୍ଥିକ ବର୍ଷରେ ସେଥିରେ ହ୍ରାସ ହୋଇଛି । ୨୦୦୦ ବଦଳରେ ଏବେ ୫୧ ପ୍ରତିଶତ ୫୦୦ ଟଙ୍କିଆ ନୋଟ୍ ଅଧିକ ପ୍ରଚଳନ କରାଯାଉଥିବା ରିଜର୍ଭ ବ୍ୟଙ୍କ ତଥ୍ୟ କହୁଛି ।
Finance Minister Nirmala Sitharaman on reports of instruction to banks to stop putting Rs 2,000 notes in ATM: As far as I know, no such instruction has been given to banks. https://t.co/P9rWUn4ox2pic.twitter.com/rNoezQ44qK
— ANI (@ANI) February 26, 2020
ସୂତ୍ର ଅନୁସାରେ, ୨୦୦୦ ଟଙ୍କିଆ ନୋଟ୍ ବିଧିବଦ୍ଧ ଭାବେ ବନ୍ଦ ହେବନାହିଁ ବରଂ ଏହାକୁ ଧିରେ ଧିରେ ବଜାରରୁ ହଟାଇ ଦିଆଯିବ । ସେଥିପାଇଁ ଏଟିଏମ୍ ମେସିନ୍ ଗୁଡ଼ିକର କାସେଟ୍ ଧିରେ ଧିରେ ବଦଳାଉଛନ୍ତି ବ୍ୟାଙ୍କ । ତେଣୁ କରି ଗ୍ରାହକମାନଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି । ସେପଟେ ଇଣ୍ଡିଆନ ବ୍ୟାଙ୍କ ନିଜ ଗ୍ରାହକମାନଙ୍କୁ ଜଣାଦେଇଛି ଯେ ଆସନ୍ତା ମାସ ପହିଲାରୁ ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍ ମେସିନରୁ ୨୦୦୦ ଟଙ୍କିଆ ନୋଟ୍ ବାହାରିବ ନାହିଁ କାରଣ ମେସିନରୁ ୨୦୦୦ ଟଙ୍କିଆ ନୋଟ୍ ରହୁଥିବା କାସେଟକୁ କାଢ଼ି ଦିଆଯାଇଛି ଏବଂ ଏହା ଗ୍ରାହକଙ୍କ ସୁବିଧା ପାଇଁ ହିଁ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି ବୋଲି କୁହାଯାଇଛି ।