ନୂଆଦିଲ୍ଲୀ: ସେଭିଙ୍ଗ୍‌ ଆକାଉଣ୍ଟ୍‌ରେ ସର୍ବନିମ୍ନ ଜମା ରାଶି ନ ଥିବା ଗ୍ରାହକମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କ୍‌ ଜରିମାନା ବାବଦରେ ୩୦୦୦ କୋଟିରୁ ଊର୍ଦ୍ଧ୍ୱ ଅର୍ଥରାଶି ଆଦାୟ କରିଛନ୍ତି।

Advertisment

୨୦୧୭-୧୮ରେ ନନ୍‌ ପର୍ଫମିଙ୍ଗ୍‌ ଆସେଟ୍‌ସ୍‌ରୁ ହାଇ ପ୍ରୋଫାଇଲ୍‌ ସଂସ୍ଥାମାନେ ୧୦ ଲକ୍ଷ କୋଟି ଟଙ୍କା ଉଠାଇ ଥିବାବେଳେ ବପ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ ସବୁ ସର୍ବନିମ୍ନ ଅର୍ଥରାଶି ରଖିବାରେ ଅସଫଳ ହୋଇଥିବା ଗ୍ରାହକମାନଙ୍କ ଠାରୁ ୩, ୫୫୧ କୋଟି ଟଙ୍କା ଆଦାୟ କରିଛନ୍ତି।

ଆକାଉଣ୍ଟ୍‌ ପରିଚାଳନା କରିବା ନିମନ୍ତେ ଖର୍ଚ୍ଚ ହେଉଥିବା ଅର୍ଥ ବାବଦକୁ ସଂଗୃହୀତ ଜରିମାନା ଅର୍ଥରେ ଭରଣା କରାଯିବ।

୨୦୧୭-୧୮ ବର୍ଷରେ ଏକା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସଂଗ୍ରହ କରିଛି ପ୍ରାୟ ୨୫ କୋଟି ଟଙ୍କା। ଘରୋଇ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଗ୍ରାହକମାନଙ୍କ ଠାରୁ ପାଖାପାଖି ୬୦୦ କୋଟି ଟଙ୍କା ଆଦାୟ କରିଛି।

ମେଟ୍ରୋ ସିଟି ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସଞ୍ଚୟ ଖାତାରେ ମାସିକ ସର୍ବନିମ୍ନ ଅବଶେଷ ରାଶି ୩୦୦୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଆଂଶିକ ନଗରାଞ୍ଚଳ ନିମନ୍ତେ ୨୦୦୦ ଟଙ୍କା ଏବଂ ମଫସଲ ଅଞ୍ଚଳ ପାଇଁ ୧୦୦୦ ଟଙ୍କାର ଧାର୍ଯ୍ୟ କରିଛି।

ଏଚ୍‌ଡିଏଫ୍‌ସି ଭଳି ଘରୋଇ ବ୍ୟାଙ୍କ୍‌ଗୁଡ଼ିକ ସହରାଞ୍ଚଳରେ ମାସିକ ସର୍ବନିମ୍ନ ଅବଶେଷ ୧୦ ହଜାର ଟଙ୍କା, ଆଂଶିକ ସହରାଞ୍ଚଳରେ ୫ ହଜାର ଟଙ୍କା ଏବଂ ମଫସଲ ଅଞ୍ଚଳରେ ୨୫୦୦ ଟଙ୍କା ଧାର୍ଯ୍ୟ କରିଛି।