ଆଦାନି ସଙ୍କଟ; ସେୟାର ମୂଲ୍ୟ ଦେଖି ବ୍ୟାଙ୍କ ଋଣ ଦିଏନି: ଶକ୍ତିକାନ୍ତ

ନୂଆଦିଲ୍ଲୀ: ଆଦାନି ଗ୍ରୁପ୍ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଭାରତୀୟ ବ୍ୟାଙ୍କ ବେଶ ସୁଦୃଢ଼ ଓ ଆକାରରେ ମଧ୍ୟ ବହୁତ ବଡ଼। ଯେକୌଣସି ନିର୍ଦିଷ୍ଟ ଘଟଣାର ମୁକାବିଲା କରିବାକୁ ସେମାନେ ସମର୍ଥ। ଯେଉଁ ଘଟଣା ବିଷୟରେ କୁହାଯାଉଛି ତାହା ବ୍ୟାଙ୍କ ଶିଳ୍ପକୁ କିଭଳି ପ୍ରଭାବିତ କରିବ ତାହା ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ଅନୁଶୀଳନ କରିଛି।

ସେଥିରୁ ଆମେ ଜାଣିବାକୁ ପାଇଛୁ ଯେ ମୋଟା ଅଙ୍କର ଋଣ ଦେବା ପାଇଁ ରହିଥିବା ଗାଇଡ୍‌ଲାଇନ୍‌କୁ ସବୁ ବ୍ୟାଙ୍କ ଠିକ୍ ଭାବେ ପାଳନ କରିଛନ୍ତି। କୁହାଯାଉଥିବା ଘଟଣାକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି ଯେ ସେହି ସଂସ୍ଥାର ବଜାର ପୁଞ୍ଜି (ସେୟାର ମୂଲ୍ୟ ଅନୁସାରେ ଷ୍ଟକ ବଜାରରେ ସଂସ୍ଥାର ମୂଲ) ହ୍ରାସ ପାଇଛି। କୌଣସି ବ୍ୟାଙ୍କ ‌ଯେତେବେଳେ ଋଣ ଆବଣ୍ଟନ କରେ ତାହା କଂପାନିର ବଜାର ପୁଞ୍ଜିକୁ ବିଚାରକୁ ନିଏ ନାହିଁ ବୋଲି ସେ କହିଛନ୍ତି। ଆଦାନି ଗ୍ରୁପ୍‌କୁ କେଉଁ ବ୍ୟାଙ୍କ କେତେ ପାଣ୍ଠି ଦେଇଛନ୍ତି ତାହା ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ସବୁ ବ୍ୟାଙ୍କଠାରୁ ତଥ୍ୟ ମଗାଇଥିଲା। ଏହି ଘଟଣା ପାଇଁ କୌଣସି ପ୍ରକାରରେ ବ୍ୟାଙ୍କ ଶିଳ୍ପ ପ୍ରଭାବିତ ହେବ ନା ନାହିଁ ତାହା ଜାଣିବା ଲାଗି ତଥ୍ୟର ଅନୁଶୀଳନ କରାଯାଇଥିଲା।

ସମ୍ବନ୍ଧିତ ଖବର