ମୁମ୍ବାଇ: ମୋଦୀ ସରକାରଙ୍କ ଅମଳରେ ଗତ କିଛିବର୍ଷ ମଧ୍ୟରେ ଦେଶରେ ବଡ଼ ଧରଣର ବ୍ୟାଙ୍କ ମିଶ୍ରଣ ହୋଇଛି। ଏହି ମିଶ୍ରଣ ଫଳରେ ଉଭୟ ଅଧିଗ୍ରହଣ କରିଥିବା ଏବଂ ଅଧିଗୃହୀତ ହୋଇଥିବା ବ୍ୟାଙ୍କ ଲାଭବାନ ହୋଇଛନ୍ତି। ରିଜର୍ଭ ବ୍ୟାଙ୍କର ଗବେଷକଙ୍କ ପକ୍ଷରୁ ହୋଇଥିବା ଅନୁଧ୍ୟାନରୁ ଏହା ଜଣାଯାଇଛି। ମିଶ୍ରଣ ପୂର୍ବରୁ ଅଧିଗ୍ରହଣ କରିଥିବା ବ୍ୟାଙ୍କର ବୈଷୟିକ ଦକ୍ଷତା ୯୦.୮୮ ପ୍ରତିଶତ ଥିବାବେଳେ ମିଶ୍ରଣର ୩ ବର୍ଷ ପରେଏହା ୯୩.୮୦ ପ୍ରତିଶତକୁ ଏବଂ ୫ ବର୍ଷ ପରେ ୯୪.୨୪ ପ୍ରତିଶତକୁ ବୃଦ୍ଧି ପାଇଛି। ମିଶ୍ରଣ ପରେ ଉଭୟ ବ୍ୟାଙ୍କ ଶାଖା ସଂଖ୍ୟା ବୃଦ୍ଧିର ଫାଇଦା ମଧ୍ୟ ପାଇଛନ୍ତି। ଏଥିସହିତ ସେୟାର ମୂଲ୍ୟ ବୃଦ୍ଧି ପାଇବା ଫଳରେ ଅଧିଗୃହୀତ ବ୍ୟାଙ୍କର ଅଂଶଧାରୀମାନେ ଉପକୃତ ହୋଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp