ବ୍ୟାଙ୍କଗୁଡ଼ିକର ଘଣ୍ଟାକୁ କ୍ଷତି ୯ କୋଟି ଟଙ୍କା, କିନ୍ତୁ ଦରମା ବଢାଇବାକୁ କର୍ମଚାରୀଙ୍କ ଧର୍ମଘଟ

ମୁମ୍ବାଇ : ଦେଶର ବ୍ୟାଙ୍କଗୁଡ଼ିକର ଅବସ୍ଥା ଭଲ ନଥିବା ବେଳେ ବ୍ୟାଙ୍କ କର୍ମଚାରୀମାନେ ଦରମା ବଢାଇବାକୁ ଧର୍ମଘଟରେ ମାତିଛନ୍ତି । ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ମୋଟ କ୍ଷତି ପ୍ରାୟ ୭୯ ହଜାର କୋଟି ଟଙ୍କା ରହିଥିଲା । ଏହାର ଅର୍ଥ ହେଉଛି ଦିନକୁ ବ୍ୟାଙ୍କମାନେ ୨୧୭ କୋଟି ଟଙ୍କାର କ୍ଷତି ସହିଥିଲେ କିମ୍ବା ପ୍ରତି ଘଣ୍ଟାରେ ୯ କୋଟି ଅଥବା ପ୍ରତି ମିନିଟରେ ୧୫ ଲକ୍ଷ ଟଙ୍କା ହରାଇଥିଲେ । କେବଳ ଏତିକି ନୁହେଁ  ଅନାଦେୟ ଋଣ ପରିମାଣ ପ୍ରାୟ ୮.୬ ଲକ୍ଷ କୋଟି ରହିଥିଲା ।  ଅର୍ଥାତ ବ୍ୟାଙ୍କମାନଙ୍କର ଯେତିକି ପରିମାଣରେ ଋଣ ଡୁବିଯାଇଛି ସେଥିରେ ସବୁ କେନ୍ଦ୍ରୀୟ ଯୋଜନା ହୋଇ ଆହୁରି ୧ ଲକ୍ଷ ୬୦ ହଜାର କୋଟି ବଳିବ । କିନ୍ତୁ ଏହା ସାଧାରଣ ଲୋକଙ୍କୁ କିପରି ପ୍ରଭାବିତ କରିଥାଏ ? ଗତ ବର୍ଷ ରାଷ୍ଟ୍ରାୟ ବ୍ୟାଙ୍କଗୁଡ଼ିକରେ  ୨ଲକ୍ଷ ୧୧ ହଜାର କୋଟିର ପୁଞ୍ଜି ଭର୍ତ୍ତି କରିବାକୁ ଘୋଷଣା କରିଥିଲେ ।  ଏହାର ଅର୍ଥ ହେଉଛି ବ୍ୟାଙ୍କ ମାନଙ୍କ ପରିଚାଳନା ଅବ୍ୟବସ୍ଥା ଯୋଗୁଁ ହଜାର ହଜାର କୋଟିର କ୍ଷତି ସହିବେ, ମାତ୍ର କ୍ଷତିକୁ ଭରଣା କରିବେ ସରକାର । ସରକାରଙ୍କ ଏହି ରାଶି ହେଉଛି ସାଧାରଣ ଟିକସ ଦାତାଙ୍କ ଅର୍ଥ ।

 

ସମ୍ବନ୍ଧିତ ଖବର