ଶନିବାର ଦିନ ବ୍ୟାଙ୍କ ଖୋଲା ରହିବ, ସୋମବାର ଛୁଟି

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଲମ୍ବା ସରକାରୀ ଛୁଟି । ବିଭିନ୍ନ ସରକାରୀ ଅଫିସ ଲଗାତାର ୪ଦିନ ବନ୍ଦ ରହିବ । ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ । ପୂର୍ବରୁ ଆଲୋଚନା ହେଉଥିଲା ଯେ ବ୍ୟାଙ୍କ ଗୁଡ଼ିକ ଗୁରୁବାରଠାରୁ ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ । କିନ୍ତୁ ଶନିବାର ଦିନ ବ୍ୟାଙ୍କ ଗୁଡ଼ିକ ଖୋଲା ରହିବ ବୋଲି ଜଣାଯାଇଛି । ଅର୍ଥାତ ବ୍ୟାଙ୍କ ଲଗାତାର ୫ ଦିନ ବନ୍ଦ ରହିବ ନାହିଁ । ଆଜି ଅର୍ଥାତ ମାର୍ଚ୍ଚ ୨୯ ତାରିଖ ମହାବୀର ଜୟନ୍ତୀ ହୋଇଥିବାବେଳେ ୩୦ ତାରିଖ ହେଉଛି ଗୁଡ୍‌ ଫ୍ରାଇଡେ । ୧ ତାରିଖ ରବିବାର ସାପ୍ତାହିକ ଛୁଟି । ସୋମବାରଦିନ ବାର୍ଷିକ ବ୍ୟାଙ୍କ ଛୁଟି । କିନ୍ତୁ ଶନିବାର (୩୧ ତାରିଖ)ଟି ମାସର ୫ମ ଶନିବାର ହୋଇଥିବାରୁ ବ୍ୟାଙ୍କ ଖୋଲା ରହିବ । ବ୍ୟାଙ୍କ ଗୁଡ଼ିକ ସାଧାରଣତଃ ମାସର ୨ୟ ଓ ୪ର୍ଥ ଶନିବାର ଦିନ ବନ୍ଦ ଥାଏ ।

ଅନ୍ୟପକ୍ଷରେ ଆଜି, ଆସନ୍ତା କାଲି ଓ ଶନିବାର ଦିନ ଆୟକର ଅଫିସ ଖୋଲା ରହିବ । ଏ ସଂପର୍କରେ ଦୁଇଦିନ ତଳେ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । । ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷତାରିଖ ହେଉଛି ମାର୍ଚ୍ଚ ୩୧ ତାରିଖ । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର