ଅକ୍ଟୋବର, ନଭେମ୍ବରରେ ରହିଛି ଲଗାତାର ବ୍ୟାଙ୍କ ଛୁଟି, କେବେ ଜାଣନ୍ତୁ

ଭୁବନେଶ୍ୱର : ଚଳିତ ଅକ୍ଟୋବର ଓ ନଭେମ୍ବର ମାସରେ କିଛିଦିନ ଲଗାତାର ବ୍ୟାଙ୍କ ବନ୍ଦ ରହିବ । ଏହାର କାରଣ ହେଉଛି ପର୍ବଦିନ ଯୋଗୁଁ ବ୍ୟାଙ୍କ ଛୁଟି ରହୁଥିବାବେଳେ ତାକୁ ଲାଗିକରି ଶନିବାର ଓ ରବିବାର ରହୁଛି । ଏହା ଫଳରେ ବ୍ୟାଙ୍କ ସେବା ଲଗାତାର ବନ୍ଦ ରହିବ । ଏବେ ଚଳିତ ଦଶହରା ଉତ୍ସବ କଥ ବିଚାରକୁ ନିଆଯାଉ । ମହାନବମୀ ଓ ବିଜୟା ଦଶମୀ ଉପଲକ୍ଷେ ବ୍ୟାଙ୍କ ବନ୍ଦ ରହୁଛି । ତାପରେ ଶନିବାର ଓ ରହିବାର ପଡୁଛି । ଏଣୁ ପ୍ରାୟ ୪ ଦିନ ବ୍ୟାଙ୍କ ବନ୍ଦ ରହିପାରେ । ଅବଶ୍ୟ ଶନିବାରଟି ମାସର ୩ୟ ଶନିବାର ବ୍ୟାଙ୍କ ଖୋଲା ରହିବ, କିନ୍ତୁ ଭଷାଣୀ ଉତ୍ସବ ଯୋଗୁଁ କାରବାର ପ୍ରଭାବିତ ହୋଇପାରେ । ସେହିପରି ନଭେମ୍ବର ମାସରେ ମଧ୍ୟ ଏକ ଲଗାତାର ବ୍ୟାଙ୍କ ଛୁଟି ପଡୁଛି । ତେବେ ଏହା ଓଡ଼ିଶା ପାଇଁ ପ୍ରଜୁଯ୍ୟ ନୁହେଁ । ୭ ତାରିଖ ବୁଧବାରଦିନ ଦିପାବଳୀ ପଡୁଥିବାବେଳେ ତାପର ଦିନ ଭାଇଦୁଜ ଓ  ଗୋବର୍ଦ୍ଧନ ପୂଜା ଫଳରେ ଉତ୍ତରଭାରତରେ ଛୁଟି ରହିବ । ତାପରଦିନ ଶନିବାର ଓ ରବିବାର ପଡିବ ।

ସମ୍ବନ୍ଧିତ ଖବର