ଭୁବନେଶ୍ବର: ଆସନ୍ତା ଜାନୁଆରିରେ ରାଜ୍ୟରେ ବ୍ୟାଙ୍କ ଆଠ ଦିନ ବନ୍ଦ ରହିବ। ଜାନୁଆରିରେ ପାଞ୍ଚଟି ରବିବାର ପଡ଼ୁଥିବାରୁ ସେହି ସବୁ ଦିନ ବ୍ୟାଙ୍କ ବନ୍ଦ ରହିବ। ଜାନୁଆରି ୧, ୮, ୧୫, ୨୨ ଓ ୨୯ ତାରିଖ ରବିବାର ଦିନ ପଡ଼ୁଛି। ଏହା ବ୍ୟତୀତ ୧୪ ତାରିଖ ଦ୍ବିତୀୟ ଶନିବାର ଏବଂ ୨୮ ତାରିଖ ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସ ‌‌ହୋଇଥିବାରୁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।