ୟୁରୋପୀୟ ଦେଶ ଏଣିକି ଚାଖିବେ ବାସୁମତୀ ଚାଉଳର ସ୍ୱାଦ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଭାରତର ଚାଉଳ ରପ୍ତାନିକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି | ଯେଉଁ ନିଷ୍ପତ୍ତି ପରେ ଭାରତୀୟ ବାସୁମତୀ ଚାଉଳର ସ୍ୱାଦ ଏବେ ୟୁରୋପୀୟ ଦେଶମାନେ ଚାଖିପାରିବେ | ମିଳିଥିବା ସୂଚନା ମୁତାବକ ବାସୁମତୀ ଚାଉଳ ଓ ସାଧାରଣ ଚାଉଳ ଉପରେ ଥିବା ରପ୍ତାନି ସୀମାକୁ ବାଣିଜ୍ୟ ମନ୍ତ୍ରାଳୟ କୋହଳ କରିଛି | ୨୦୧୯-୨୦ରେ ଭାରତ ୩୮ ଲକ୍ଷ ଟନ ବାସୁମତୀ ଚାଉଳ ବିଦେଶକୁ ରପ୍ତାନି କରିଥିଲା | ସେହିପରି ୨୦୧୮-୧୯ରେ ୩୮.୫୫ ଲକ୍ଷ ଟନ ଚାଉଳ ରପ୍ତାନି କରିଥିଲା | ସେହିପରି ୨୦୧୯-୨୦ରେ ପ୍ରାୟ ୪୬.୫୬ ଲକ୍ଷ ଟନ ସାଧାରଣ ଚାଉଳ ମଧ୍ୟ ରପ୍ତାନି କରାଯାଇଥିଲା |

୨୦୧୮-୧୯ରେ ୬୮.୨୫ ଲକ୍ଷ ଟନ ସାଧାରଣ ଚାଉଳ ରପ୍ତାନି କରାଯାଇଥିଲା | ଭାରତୀୟ ବାସୁମତୀ ଚାଉଳର ଅଧିକ ଚାହିଦା ସାଉଦି ଆରବ, ୟେମେନ, ଆମେରିକା ଓ ୟୁରୋପୀୟ ଦେଶ ମାନଙ୍କରେ ଦିନକୁ ଦିନ ବଢୁଥିବାବେଳେ କରୋନା ସମୟରେ ଯଥେଷ୍ଟ ଅର୍ଡର ଆସିଛି | ଯେଉଁଥିପାଇଁ ବାସୁମତୀ ଚାଉଳ ରପ୍ତାନି ଉପରେ କଟକଣାକୁ କୋହଳ କରାଯାଇଛି |

ତେବେ ଭାରତ ଏଥର ଇରାନକୁ ଚାଉଳ ରପାଣି କରିବା ନାହିଁ ବୋଲି ନିଷ୍ପତ୍ତି ନେଇଛି | କାରଣ ଇରାନରେ ଭାରତୀୟ ଚାଉଳ ବ୍ୟବସାୟୀଙ୍କର ଲକ୍ଷାଧିକ ଟଙ୍କା ଫସିରହିଥିବାରୁ ରପ୍ତାନି କରାଯିବ ନାହିଁ | ଅଲ ଇଣ୍ଡିଆ ରାଇସ ଏକ୍ସପୋର୍ଟ ଆସୋସିଏସନର ଆକଳନ ଅନୁସାରେ ୨୦୧୮-୧୯ରେ ଇରାନ ଭାରତରୁ ୧୪.୫ ଲକ୍ଷ ଟନ ବାସୁମତୀ ଚାଉଳ ଆମଦାନୀ କରିଥିଲା |

ସମ୍ବନ୍ଧିତ ଖବର