ଭୁବନେଶ୍ବର,: ଦେଶର ୬୫% ଆଲୁମିନିୟମ ଓଡ଼ିଶାରେ ଉତ୍ପାଦନ କରାଯାଉଛି। ଆଲୁମିନିୟମ କ୍ଷେତ୍ରରେ ଆଗାମୀ ଦିନରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବା ବେଳେ ତାହାର ୭୦% ଓଡ଼ିଶାକୁ ଆସିବ ଯଦ୍ବାରା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଭଳି ସମ୍ଭାବନା ଥିବା ରାଜ୍ୟରେ ଉତ୍ପାଦନ କରାଯାଉଥିବା ବକ୍ସାଇଟ୍କୁ ବାହାର ରାଜ୍ୟକୁ ପଠାଇବା ଲାଗି ବ୍ୟବସାୟୀ ଓ ଅନ୍ୟମାନେ ଉଦ୍ୟମ କରୁଛନ୍ତି ବୋଲି ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓସ୍ମି) ପକ୍ଷରୁ କୁହାଯାଇଛି। ଏହାକୁ ରୋକିବା ଲାଗି ଶିଳ୍ପ ସଂଘ ଓସ୍ମି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏନେଇ ଓସ୍ମି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖାଯାଇଛି। ଓଡ଼ିଶାରେ ଅତିକମ୍ରେ ୭୦% ମୂଲ୍ୟ ଯୋଗ କରିବା ନିୟମ ଲାଗୁ କରିବାକୁ ଓସ୍ମି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ସାଧାରଣ ଜନତା ଓ ରାଜ୍ୟରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକର ସ୍ବାର୍ଥ ରକ୍ଷା ଲାଗି ବିନା ମୂଲ୍ୟ ଯୋଗରେ ବାହାର ରାଜ୍ୟକୁ ବକ୍ସାଇଟ୍ ନପଠାଇବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ବାହାର ରାଜ୍ୟକୁ ପଠାଯାଉଛି ବକ୍ସାଇଟ୍: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ‘ଓସ୍ମି’
/sambad/media/post_attachments/wp-content/uploads/2021/09/bauxite.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)