ଭୁବନେଶ୍ବର: ଶୁକ୍ରବାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଗେଟ୍‌ ନମ୍ବର-୭ ନିକଟସ୍ଥ ପ୍ରଥମ ମହଲାର ସୁରକ୍ଷା ହଲ୍ ଅଞ୍ଚଳରେ ବୟନିକାର ସ୍ବତନ୍ତ୍ର ବିକ୍ରୟ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ଓଡିଶାର ପାରମ୍ପରିକ ହସ୍ତତନ୍ତର ଗରିମାକୁ ରାଜ୍ୟ ଓ ଦେଶ ବାହାରେ ପ୍ରତିପାଦିତ କରିବା ସହିତ ପ୍ରଚାର ପ୍ରସାରରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।

Advertisment

ଏହି କେନ୍ଦ୍ରରେ କେବଳ ଜିଆଇ ମାନ୍ୟତା ପ୍ରାପ୍ତ ୯ଟି ଓଡିଶା ହସ୍ତତନ୍ତ ଉତ୍ପାଦ ଯଥା କୋଟପାଡ୍ ବସ୍ତ୍ର, ଓଡିଶା ଇକତ୍‌, ଖଣ୍ଡୁଆ ଶାଢି, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ଶାଢି ଓ ବସ୍ତ୍ର, ବମକାଇ ଶାଢି, ହାବାସ୍‌ପୁରୀ ଶାଢି, ବରହମ୍‌ପୁର ପାଟ ଶାଢି ଓ ଫୋଡାକୁମ୍ଭ ଶାଢ଼ି ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ଏହି ଅବସରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ସଚିବ ମନୋଜ ଆହୁଜା, ବିଭାଗୀୟ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ବୟନିକାର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ ଓ ଯୁଗ୍ମ ସଚିବ ଅନନ୍ୟା ଦାସ ଉପସ୍ଥିତ ଥିଲେ।