ଭୁବନେଶ୍ବର: ବିଗ୍ ବଜାର ପକ୍ଷରୁ ମହାବଚତ୍ ଅଫର ଘୋଷଣା କରାଯାଇଛି ଯାହା ଅଗଷ୍ଟ ୧୦-୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟୋର୍ରେ ଚାଲିବ। ଏହି ୬ ଦିନରେ ଗ୍ରାହକମାନେ ବିଭିନ୍ନ ସାମଗ୍ରୀ କିଣାକିଣି ଉପରେ ଆକର୍ଷଣୀୟ ଅଫର ଓ ଡିଲ୍ ପାଇପାରିବେ। ବୟସ୍କ ଏବଂ ଭିନ୍ନକ୍ଷମ ଗ୍ରାହକଙ୍କ ପାଇଁ ଅଗଷ୍ଟ ୯ରେ ସ୍ବତନ୍ତ୍ର ପ୍ରିଭିଉ ସେଲ୍ ଆୟୋଜନ କରାଯିବ। ଗ୍ରାହକମାନେ ପୋଷାକପତ୍ର, ଘରେ ବ୍ୟବହୃତ ହେଉଥିବା ସାମଗ୍ରୀ, କିଚେନ୍ଓୟାର, ହୋମ୍ ଡେକର୍ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବିଭିନ୍ନ ଅଫର ପାଇପାରିବେ। ଗ୍ରାହକମାନେ କ୍ୟାସ୍ବ୍ୟାକ୍ ମଧ୍ୟ ପାଇପାରିବେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣାକିଣି ବେଳେ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ବ୍ରାଣ୍ଡ୍ ଫ୍ୟାକ୍ଟ୍ରିରେ ୪ ବିଗ୍ ଡେଜ୍ ଅଫ୍ ସପିଙ୍ଗ୍ ଅଫର
ଭୁବନେଶ୍ବର: ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ତରଫରୁ ୪ ବିଗ୍ ଡେଜ୍ ଅଫ୍ ସପିଙ୍ଗ୍ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଅଗଷ୍ଟ ୮-୧୧ ତାରିଖ ପର୍ଯ୍ୟନ୍ତ ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ଷ୍ଟୋର୍ରୁ କିଣାକିଣି ବେଳେ ବଡ଼ ଧରଣର ରିହାତି ପାଇପାରିବେ। ଗ୍ରାହକମାନେ ଯେକୌଣସି ପୋଷାକ ଓ ଲଗେଜ୍ କିଣିବା ବେଳେ ଆଉ ଗୋଟିଏ ପୋଷାକ ଓ ଲଗେଜ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଯେଉଁ ଗ୍ରାହକମାନେ ୪୦୦୦ ଟଙ୍କାରୁ ଅଧିକ ମୂଲ୍ୟର ସପିଙ୍ଗ୍ କରିବେ ସେମାନଙ୍କୁ ଅତିରିକ୍ତ ୨୦% ରିହାତି ମିଳିବ। ଏହି ଅଫରର ଲାଭ ଉଠାଇବା ପାଇଁ ବ୍ରାଣ୍ଡ୍ ଫ୍ୟାକ୍ଟ୍ରି ସୋ’ରୁମ୍ ପରିଦର୍ଶନ କରିବାକୁ ଗ୍ରାହକମାନଙ୍କୁ କଂପାନିର ସିଇଓ ସୁରେଶ ସାଦ୍ଧୱାନି ଆହ୍ବାନ ଦେଇଛନ୍ତି।
ଟାଇଟାନ୍ର ଫେଷ୍ଟିଭ୍ ସିଜନ୍ ସେଲ୍
କୋଲକାତା: ୱାର୍ଲଡ୍ ଅଫ୍ ଟାଇଟାନ୍ ପକ୍ଷରୁ ଫେଷ୍ଟିଭ୍ ସିଜନ୍ ସେଲ୍ରେ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ଅଗଷ୍ଟ ୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଟାଇଟାନ୍ ଘଣ୍ଟା କିଣାକିଣି ଉପରେ ଆକର୍ଷଣୀୟ ରିହାତି ପାଇପାରିବେ। ବିଭିନ୍ନ ହାତଘଣ୍ଟା ଉପରେ ଫ୍ଲାଟ୍ ୩୦% ରିହାତି ମିଳିବ। ଏହା ବ୍ୟତୀତ ସୁଗନ୍ଧ ଏବଂ ଆକ୍ସେସୋରିଜ୍ ଉପରେ ମଧ୍ୟ ଅଫର ଓ ଡିଲ୍ ରହିଛି। ରାକ୍ଷୀ ପୂର୍ଣ୍ଣିମା ଓ ବକ୍ରି ଇଦ୍କୁ ଦୃଷ୍ଟିରେ ରଖି କଂପାନି ଏହି ଅଫର ଘୋଷଣା କରିଛି।
ଓରିଫ୍ଲେମ୍ର ନୂଆ ରିଙ୍କିଲ୍ ପାଉଡର୍
ଭୁବନେଶ୍ବର: ପ୍ରସାଧନ ସାମଗ୍ରୀର ପ୍ରତ୍ୟକ୍ଷ ବିକ୍ରେତା ଓରିଫ୍ଲେମ୍ ପକ୍ଷରୁ ନୂଆ ନଭ୍ଏଜ୍ ଇକୋଲାଜେନ୍ ରିଙ୍କିଲ୍ ପାଉଡର୍କୁ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ଉପାଦାନ ରିଙ୍କିଲ୍କୁ ହଟାଇବାରେ ସହାୟକ ହେଉଛି ବୋଲି କଂପାନି ଦାବି କରୁଛି। କଂପାନିର ବରିଷ୍ଠ ନିର୍ଦେଶକ ନବୀନ ଆନନ୍ଦ କହିଛନ୍ତି ଯେ, ଆମେ ଗ୍ରାହକଙ୍କ ପାଇଁ ସବୁ ବେଳେ ଉନ୍ନତ ମାନର ଉତ୍ପାଦ ଯୋଗାଇ ଦେବାକୁ ପ୍ରୟାସ କରିଥାଉ। ସେଥିପାଇଁ ଏହି ରିଙ୍କିଲ୍ ପାଉଡର୍କୁ ଉନ୍ମୋଚନ କରିଛୁ।