ନୂଆଦିଲ୍ଲୀ: ଇନ୍ଷ୍ଟାଗ୍ରାମ୍ରେ ଫଟୋ ପୋଷ୍ଟ୍ କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଜଣେ ଜଣାଶୁଣା ବିୟୁଟି ଇନ୍ଫ୍ଲୁଏନ୍ସର୍ ଇନ୍ଷ୍ଟାଗ୍ରାମ୍ରେ ଫଟୋ ପୋଷ୍ଟ୍ କରି ଅଡୁଆରେ ପଡ଼ିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଜାଣିବାକୁ ମିଳିଛି ଯେ ଯୁବତୀଙ୍କ ପୋଷ୍ଟ୍ ପାଇଁ ତାଙ୍କୁ ୬ ବର୍ଷ ପାଇଁ ଜେଲ୍ ହୋଇପାରେ। ତେବେ, ଏତେ ସବୁ ପରେ ବି ଯୁବତୀ ଜଣକ କହିଛନ୍ତି କି ସେ ଇନ୍ଷ୍ଟାଗ୍ରାମ୍ ବ୍ୟବହାର କରିବା ଛାଡ଼ିବେ ନାହିଁ।
ମାମଲା ହେଉଛି ରୁଷ୍ର। ୧୮ ବର୍ଷୀୟା ଅଭିଯୁକ୍ତ ବିରୋନିକାଙ୍କ ଉପରେ ଚରମପନ୍ଥି ଗତିବିଦ୍ଧିରେ ସାମିଲ୍ ଥିବା ଅଭିଯୋଗ ହୋଇଛି। ମାତ୍ର ଇନ୍ଷ୍ଟାଗ୍ରାମ୍ରେରେ ସେ କେବଳ ଏକ ବିୟୁଟି ଓ ଫେସନ୍ ଆକାଉଣ୍ଟ୍ ଚଳାଉଥିବାର ଅଭିଯୋଗ ହୋଇଛି।
ବିରୋନିକାଙ୍କ କହିବା କଥା ହେଉଛି, ତାଙ୍କ ଘରକୁ ଆସି କିଛି ଅଧିକାରୀ ଦାବି କରିଛନ୍ତି ଯେ ସେ ଅନ୍ୟମାନଙ୍କ ତୁଳନାରେ ଖୁବ୍ ଅଲଗା ପ୍ରକାରର ପୋଷ୍ଟ୍ କରନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୫୮୪୦୦୦ ଫଲୋର୍ସ ଅଛନ୍ତି। ଯାହାକି ତାଙ୍କ ପ୍ରତି ସନ୍ଦେହ ସୃଷ୍ଟି କରୁଛି।
ଏହାପରେ ବିରୋନିକା ଏକ ପୋଷ୍ଟ୍ରେ ଲେଖିଛନ୍ତି, ‘କେଉଁ ବି ଦିନ ଅଧିକାରୀମାନେ ଆପଣଙ୍କ ଘରେ ପହଞ୍ଚି ପାରନ୍ତି। ମୁଁ ସର୍ବଦା ରାଜନୀତିରୁ ଦୂରେଇ ରହିଛି। ମାତ୍ର ଏବେ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଚଳାଉଥିବା କାରଣରୁ ମୋତେ ୬ ବର୍ଷର ଜେଲ୍ ହୋଇପାରେ।’
ବିରୋନିକା ଜଣେ ଉଗ୍ରବାଦୀ ବୋଲି ତାଙ୍କ ଉପରେ ଅଭିଯୋଗ ଅସିବା ପରେ ସେ କହିଛନ୍ତି ଯେ ଧନ୍ୟବାଦ ଯେ ମୋତେ ଏପରି କିଛି ଲୋକଙ୍କ ସମର୍ଥନ ମିଳିଛି ଯେଉଁମାନେ କି ସୋସିଆଲ୍ ମିଡିଆ ବ୍ୟବହାର କରିବାକୁ ଏକ ସାଧାରଣ କଥା ଭାବନ୍ତି।