ଭୁବନେଶ୍ୱର: ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ସିଇଓ ଅଭିଜିତ ପତିଙ୍କ ନେତୃତ୍ୱରେ କଂପାନି ପକ୍ଷରୁ ମୁମ୍ବାଇଠାରେ ଆଲୁମିନିୟମ୍ ଏକ୍ସଟ୍ରୁଡରଙ୍କ ପାଇଁ ଏକ ବୈଷୟିକ-ମାର୍କେଟିଂ କର୍ମଶାଳା ‘ଏକ୍ସଟ୍ରୁଏଜ୍’ ଆୟୋଜନ କରାଯାଇଥିଲା। ଏଥିରେ ଆଲୁମିନିୟମ ଏକ୍ସଟ୍ରୁସନ୍ ଉତ୍ପାଦନ କରୁଥିବା ୪୫ ଭାରତୀୟ ଏସ୍ଏମ୍ଇ ଅଂଶଗ୍ରହଣ କରିଥିଲେ। ଏକ୍ସଟ୍ରୁଡର୍ମାନଙ୍କ ସହ ଆଲୋଚନା ପାଇଁ ଏଆଇ କେନେଡି, ହେନରି ଭାନ୍ ଏବଂ ରାମ୍ ରମଣନ୍ ଭଳି ବକ୍ତା ଉପସ୍ଥିତ ଥିଲେ।