କୋଲକାତା: ବେଦାନ୍ତ ପକ୍ଷରୁ ୪୦୦ କୋଟି ଡଲାର ବିନିଯୋଗରେ ଝାଡ଼ଖଣ୍ଡରେ ଏକ ୪.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରାଯିବ। ନିକଟରେ ବେଦାନ୍ତ ପକ୍ଷରୁ ବୋକାରୋ ଠାରେ ଥିବା ଇଲେକ୍ଟ୍ରୋଷ୍ଟିଲ୍ ଷ୍ଟିଲ୍‌କୁ ନିଲାମ ଜରିଆରେ ଅଧିଗ୍ରହଣ କରାଯାଇଥିଲା। ଏହି କାରଖାନା ସେହି କଂପାନିର ଏକ ଅଂଶ ହେବ ବୋଲି ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ୍ କହିଛନ୍ତି। ବାକାରୋ ଠାରେ ଥିବା ଇଲେକ୍ଟ୍ରୋଷ୍ଟିଲ୍ ଷ୍ଟିଲ୍‌ କାରଖାନାର ଉତ୍ପାଦନ କ୍ଷମତା ଏବେ ୧.୫ ନିୟୁତ ଟନ୍ ରହିଛି। ବେଦାନ୍ତ ପକ୍ଷରୁ ୩୦୦ ନିୟୁତ ଡଲାର ବିନିଯୋଗ କରି ତାହାକୁ ୨.୫ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ।