ନୂଆଦିଲ୍ଲୀ: ଦେଶରେ ବିଜୁଳି ବ୍ୟବହାର କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରର ଏସି ଓ ଫ୍ରିଜ୍‌ ନିର୍ମାଣ କରିବା ପାଇଁ ବ୍ୟୁରୋ ଅଫ ଏନର୍ଜି ଏ‌ଫିସି‌ଏନ୍ସି (ବିଇଇ) ପକ୍ଷରୁ ଇଲେକ୍ଟ୍ରୋନିକ୍ସ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ବୈଦ୍ୟୁତିକ ଉପକରଣ ବ୍ୟବହାର ଦ୍ବାରା ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ। ବିଶେଷକରି ଖରାଦିନେ ଏହାର ବ୍ୟବହାର ବଢ଼ିଯାଇଥାଏ। ଭାରତରେ ବିକ୍ରି ହେଉଥିବା ଏସି ଓ ଫ୍ରିଜ୍‌ ବିଜୁଳି ବ୍ୟବହାର ଦୃଷ୍ଟିରୁ ଯେଭଳି ଚୀନ ଓ ସିଙ୍ଗାପୁର ସହ ସମାନ ହେବ ତାହା ଉପରେ ବିଇଇ ଗୁରୁତ୍ବାରୋପ କରିଛି। ବିଇଇ ପକ୍ଷରୁ ଯେଉଁସବୁ ପ୍ରସ୍ତାବ ଦିଆଯାଇଛି ତାହାକୁ ଦେଖିଲେ ବର୍ତ୍ତମାନ ବଜାରରେ ବିକ୍ରି ହେଉଥିବା ୫ ଷ୍ଟାର୍‌ ଏସି କେବଳ ୧ ଷ୍ଟାର୍‌ ମାନ୍ୟତା ପାଇବ। ଉଲ୍ଲେଖଯୋଗ୍ୟ, ୨୦୦୬ରେ ଷ୍ଟାର୍‌ ମାନ୍ୟତା ଥିବା ବୈଦ୍ୟୁତିକ ଉପକରଣ ବିକ୍ରି ହେବାଠାରୁ ଏହା ହେବ ବଡ଼ ପରିବର୍ତ୍ତନ। 

Advertisment

ତେବେ କମ୍ପାନିଗୁଡ଼ିକର କହିବାନୁଯାୟୀ, ପ୍ରତ୍ୟେକ ଷ୍ଟାର୍‌ ରେଟିଂ ପରିବର୍ତ୍ତନ ପାଇଁ ୬୦୦ କୋଟିର ନିବେଶ ଗବେଷଣା ଓ ବିକାଶ କ୍ଷେତ୍ରରେ ବିନିଯୋଗ ହେବା ଆବଶ୍ୟକ। ପ୍ରସ୍ତାବିତ ଷ୍ଟାର୍‌ ରେଟିଂ ପରିବର୍ତ୍ତନ ପାଇଁ ଏହି ଶିଳ୍ପ ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ଯେତିକି ରାଶି ଦେଉଛନ୍ତି ତାହା ଯଥେଷ୍ଟ ହେବନାହିଁ। କାରଣ ନୂଆ ବ୍ୟବସ୍ଥା ପାଇଁ ପର୍ଯ୍ୟାପ୍ତ ନିବେଶର ଆବଶ୍ୟକତା ରହିଛି। ୨୦୨୩-୨୪ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ଉତ୍ପାଦନ ହେଉଥିବା ସ୍ପ୍ଲିଟ୍‌ ଏସିର ଶକ୍ତି ଦକ୍ଷତା ମାନରେ ୪୬ ପ୍ରତିଶତ ଉନ୍ନତି ଅଣାଗଲେ ହିଁ ତାହା ବିଶ୍ବର ଶ୍ରେଷ୍ଠ ବର୍ଗରେ ଆସିପାରିବ। ଶକ୍ତି ମନ୍ତ୍ରାଳୟ ଅଧୀନରେ ଆସୁଥିବା ବିଇଇ ଲକ୍ଷ୍ୟ ରଖିଛି ଯେ ୨୦୨୭ ସୁଦ୍ଧା ପ୍ରସ୍ତାବିତ ନୂଆ ନିୟମ କାର୍ଯ୍ୟକାରୀ ହେବ। ଏଥିପାଇଁ ଉତ୍ପାଦ ନିର୍ମାତାମାନଙ୍କୁ ସମୟ ହେଉଛି। ଶିଳ୍ପଗୁଡ଼ିକ ସହିତ ଗତ ଜାନୁଆରି ମାସରୁ ଆଲୋଚନା ଆରମ୍ଭ ହୋଇଛି। ସିଙ୍ଗାପୁରରେ ବୈଦ୍ୟୁତିକ ଉପକରଣର ମାନ ଶକ୍ତି ଦକ୍ଷତା କ୍ଷେତ୍ରରୁ ଯାହା ରହିଛି ତାହା ହେବାକୁ ହେଲେ ଭାରତରେ ବିକ୍ରି ହେଉଥିବା ଉତ୍ପାଦର ଶକ୍ତି ଦକ୍ଷତାରେ ୫୨ ପ୍ରତିଶତ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। 

କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ଷ୍ଟାର୍‌ ମାନର ଉତ୍ପାଦ କିଣିବା ପାଇଁ ଉତ୍ସାହିତ କରିବାକୁ କୁହାଯାଉଛି। ଏହାହେଲେ ଗ୍ରୀଷ୍ମ ଋତୁରେ ସର୍ବାଧିକ ଶକ୍ତି ଚାହିଦାକୁ ପରିଚାଳନା କରିବା ସମ୍ଭବ ହେବ ବୋଲି କୁହାଯାଇଛି। ଚଳିତବର୍ଷ ଜୁନରେ ଶୀର୍ଷ ବିଦ୍ୟୁତ୍‌ ଚାହିଦା ୨୭୦ ଗିଗାୱାଟ୍‌ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଗତବର୍ଷ ମେ’ରେ ଦେଖାଦେଇଥିବା ୨୫୦ ମେଗାୱାଟ୍‌ ଚାହିଦା ତୁଳନାରେ ଏହା ଅଧିକ।