ବେକରଙ୍କ ଟ୍ରଫି ନିଲାମରୁ ୫.୮୫ କୋଟି

ବର୍ଲିନ: ଜର୍ମାନ ଟେନିସ୍ କିମ୍ବଦନ୍ତୀ ବୋରିସ ବେକରଙ୍କ ଖେଳ ଜୀବନର ବିଜେତା ଟ୍ରଫି ଏବଂ ସ୍ମରଣୀୟ ବସ୍ତୁର ନିଲାମରୁ ମିଳିଛି ପ୍ରାୟ ୬,୮୦,୦୦୦ ପାଉଣ୍ଡ୍‌, ଯାହାକି ଭାରତୀୟ ମୂଦ୍ରାରେ ହେବ ୫.୮୫‌ କୋଟି ଟଙ୍କାରୁ ଊର୍ଧ୍ବ। ଅନଲାଇନ୍ ଜରିଆରେ ହୋଇଥିବା ଏହି ନିଲାମରେ କେବଳ ୧୯୮୯ ମସିହାର ୟୁଏସ୍ ଓପନ୍ ଟ୍ରଫିରୁ ସର୍ବାଧିକ ୧୫୦, ୨୫୦ ପାଉଣ୍ଡ୍‌ରେ ଯାଇଥିଲା। ୨୦୧୭ ମସିହାରେ ବେକରଙ୍କୁ ଏକ ବ୍ରିଟିସ୍ ‌ଅଦାଲତ ଦେବାଳିଆ‌ ‌ଘୋଷଣା କରିବା ପରେ ତାଙ୍କୁ ଏହି ନିଲାମ କରିବାକୁ ପଡ଼ିଥିଲା। ବେକରଙ୍କ ସାମଗ୍ରୀ ନିଲାମ ମଧ୍ୟରେ ଡେଭିସ୍ କପ୍ ବିଜେତା ଟ୍ରଫି, ଅନ୍ତର୍ଜାତୀୟ ହଲ୍ ଅଫ୍ ଫେମ୍‌ ମୁଦ୍ରିକା, ଘଣ୍ଟା ଏବଂ ଖେଳ ପୋଷାକ ସାମିଲ ରହିଥିଲା। ଡେଭିସ୍ କପ୍‌ ଟ୍ରଫିରୁ ୫୧,୧୦୦ ପାଉଣ୍ଡ୍ ମିଳିଥିଲା। ବେକର ତାଙ୍କ ଖେଳ ଜୀବନରେ ୬ ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଥିଲେ, ଯେଉଁଥିରେ ୩ ୱିମ୍ବଲଡନ୍ ସାମିଲ ଥିଲା। ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସରେ ମଧ୍ୟ ସେ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର