ତେଲ୍ଅଭିବ୍: ବାୟୁମଣ୍ଡଳର ପ୍ରଭାବ, ତାପମାନ ଏବଂ ଆଦ୍ରତାକୁ ମାପିବାରେ ସକ୍ଷମ ସ୍ମାର୍ଟଫୋନ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମୌସମୀର ଗତି ଓ ପ୍ରଭାବକୁ ଟ୍ରାକ କରିବା ସହ ଅନୁମାନ ଲଗାଇବାରେ ମଧ୍ୟ ସକ୍ଷମ ହୋଇପାରିବ ମୋବାଇଲ୍ ଫୋନ୍ । ବିଶେଷଜ୍ଞଙ୍କ ଅଧ୍ୟୟନରୁ ଜଣାପଡିଛି ବର୍ଷା, ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ପୂର୍ବାନୁମାନ କରାଯାଇ ସତର୍କତା ଅବଲମ୍ବନ କରିବାରେ ସ୍ମାର୍ଟଫୋନ ସହାୟକ ହୋଇପାରିବ । ଏଥିଲାଗି ଏକ ସେନସର ଲଗାଇବାକୁ ହେବ।

Advertisment

ତେଲ୍ ଅଭିବ୍ ବିଶ୍ୱବିଦ୍ୟାଳୟ ପ୍ରଫେସର କୋଲିନ ପ୍ରାଇସଙ୍କ କହିବା ଅନୁସାରେ, ଆମ ସ୍ମାର୍ଟଫୋନରେ ସେନ୍ସର ଲଗାଇ ଆମେ ପରିବେଶ ବିଷୟରେ ଜାଣିପାରିବା। ଏହି ସେନସର ମାଧ୍ୟାକର୍ଷଣ, ପୃଥ୍ୱିବୀର ଚୁମ୍ବକୀୟ କ୍ଷେତ୍ର, ବାୟୁମଣ୍ଡଳର ପ୍ରଭାବ, ଆଦ୍ରତା, ତାପମାନ, ଧ୍ୱନି ସ୍ତର ଏବଂ ବହୁତ କିଛି ସଂପର୍କରେ ସୂଚନା ଦେଇପାରିବ। ସାରା ଦୁନିଆରେ ୩-୪ ମିଲିୟନ ସ୍ମାର୍ଟଫୋନରେ ମହତ୍ୱପୂର୍ଣ୍ଣ ବାୟୁମଣ୍ଡଳୀୟ ଡାଟା ଉପଲବ୍ଧ ରହିଛି । ମୋବାଇଲରେ ଉପଲବ୍ଧ ଥିବା ଡାଟା ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ ଲଗାଇ ଲୋକମାନଙ୍କୁ ସତର୍କ କରିପାରିବ । ଯାହା ଫଳରେ ବନ୍ୟା ଏବଂ ବାତ୍ୟାରେ ଯାଉଥିବା ଜୀବନକୁ ରୋକାଯାଇ ପାରିବ ।

publive-image TNW

ତେବେ ଏହି ବିଶେଷଜ୍ଞ ଦଳ ଚାରୋଟି ମୋବାଇଲ ଫୋନ ନେଇ ପରୀକ୍ଷା କରିଥିଲେ । ପରୀକ୍ଷାରେ ଜଣାପଡିଥିଲା ସ୍ମାର୍ଟଫୋନ ଫିଡବ୍ୟାକ ଲୁପ୍ ମାଧ୍ୟମରେ ମୌସୁମୀ ଜନିତ ପ୍ରକୃତ ସମୟ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ପୂର୍ବାନୁମାନ କରି ଆଲର୍ଟ ଜାରି କରିବାରେ ସକ୍ଷମ । ତେବେ ଏହା କେତେ ଦୁର ବିପର୍ଯ୍ୟୟ ମୁକାବିଲାରେ ସହାୟକ ହେବ ତାହାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ବାକି ରହିଛି ।