ବୁଲେଟକୁ ଟକ୍କର ଦେଉଛି ବେନେଲି ଇମ୍ପେରିଆଲ୍ ୪୦୦

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ବେନେଲି ଇମ୍ପେରିଆଲ୍ ୪୦୦ ସୁପରବାଇକ୍ ବାଇକ ପ୍ରେମୀଙ୍କୁ ବେଶ ପସନ୍ଦ ଆସିଛି । ଇଟାଲୀର ସୁପରବାଇକ ନିର୍ମାଣକାରୀ କମ୍ପାନୀ ବେନେଲି ନିଜର ଏହି ବାଇକକୁ ଲଂଚ କରିବାର କିଛି କ୍ଷଣ ମଧ୍ୟରେ ଭାରତରେ ବେଶ୍ ଲୋକପ୍ରିୟ ଥିବା ରୟାଲ ଏନଫିଲ୍ଡ ଓ ଜାବାର ବାଇକକୁ ଟକ୍କର ମଧ୍ୟ ଦେଇଛି ।

ତେବେ ବେନେଲି ନିଜର ଏହି ବାଇକକୁ ଭାରତରେ ଲଂଚ କରିବା ପରେ ଭାରତରେ ବାଇକ୍ ବିକ୍ରି ହେଉଥିବା କ୍ଲାସିକ୍ ବାଇକ୍ ସେଗମେଂଟରେ ଆଉ ଏକ ନାଁ ଯୋଡି ହୋଇଯାଇଛି । ତେବେ ଏହି ବାଇକ କିଣିବା ପାଇଁ ଆପଣ ୪ହଜାର ଟଙ୍କା ଦେଇ ବୁକିଂ କରିପାରିବେ । ଏହି ବାଇକ ସହ କମ୍ପାନୀ ୩ବର୍ଷ ଯାଏଁ ୱାରେଂଟି ଦେବ ।

ମୁଖ୍ୟତଃ ବେନେଲିର ଏହି ବାଇକ ୩ଟି ରଙ୍ଗରେ ଉପଲବ୍ଧ । ସିଲଭର୍, ବ୍ଲାକ୍ ଏବଂ ରେଡ୍ । ସିଲଭର୍ ରଙ୍ଗ ବାଇକର ଏକ୍ସ ସୋ-ରୁମ୍ ଦାମ୍ ୧ଲକ୍ଷ ୬୯ହଜାର ଟଙ୍କା ହୋଇଥିବା ବେଳେ ନାଲି ଓ କଳା ରଙ୍ଗର ବାଇକ ଯଦି ଆପଣ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଅଧିକ ୧୦ହଜାର ଟଙ୍କା ଦେବାକୁ ପଡିବ ।

ସମ୍ବନ୍ଧିତ ଖବର