ନୂଆଦିଲ୍ଲୀ: ଦୋସା ଦକ୍ଷିଣ ଭାରତର ଲୋକପ୍ରିୟ ଖାଦ୍ୟ ଥିବା ବେଳେ ଏବେ ଭାରତର କୋଣ ଅନୁକୋଣର ଲୋକ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଦିନକୁ ଦିନ ବିଭିନ୍ନ ସ୍ବାଦର ଦୋସା ବଜାରକୁ ଆସୁଛି। ଆଉ ଲୋକଙ୍କ ଚାହିଦାକୁ ଦେଖି କାରିଗର ବି ଦୋସାକୁ କିପରି ଅଧିକରୁ ଅଧିକ ସ୍ବାଦଯୁକ୍ତ କରି ପାରିବେ ସେଥିପାଇଁ ଉଦ୍ୟମ ଚଲାଇଛନ୍ତି।

Advertisment

ଏହି କ୍ରମରେ ଦେଖିବାକୁ ଗଲେ ନିକଟରେ ଏକ ଦୋସା ଗିନିଜ ୱାଲର୍ଡ ରେକର୍ଡ ହାସଲ କରିଛି। ବେଙ୍ଗାଲୁରୁରେ ଥିବା ଏମଟିଆର ଫୁଡ଼ ନିକଟରେ ୧୦୦ବର୍ଷର ଯାତ୍ରା ପୁରା କରିଥିବାରୁ ଏକ ଉତ୍ସବର ଆୟୋଜନ କରିଥିଲା। ଏହି କ‌ାର୍ଯ୍ୟକ୍ରମରେ ପାଖାପାଖି ୭୫ଜଣ ସେଫ ମିଳିତ ଭାବେ ୧୨୩ଫୁଟ ଲମ୍ବର ଏକ ଦୋସା ପ୍ରସ୍ତୁତ କରିଥିଲେ। ମୁଖ୍ୟ ସେଫ ରେଗୀ ମେଥ୍ୟୁ ଏହି ଦୋସା ତିଆରିର ପରିଚାଳନ କରିଥିଲେ।

୧୨୩ଫୁଟର ଏହି ଦୋସାକୁ କାର୍ଯ୍ୟକ୍ରମ ‌ଶେଷରେ ଏମଟିଆର କର୍ମଚାରୀ ଓ ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବଣ୍ଟା ଯାଇଥିଲା। ସମସ୍ତ ଖୁବ ଆନନ୍ଦରେ ରେକର୍ଡ କରିଥିବା ଦୋସାକୁ ଖାଇଥିଲେ। ‌ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ଚର୍ଚ୍ଚାରେ ଥିବା ୧୨୩ଫୁଟର ଏହି ଦୋସାକୁ ତିଆରି କରିବା ପୂର୍ବରୁ ସେଫମାନେ ୧୧୦ଥର ଅସଫଳ ହୋଇଥିଲେ। ୧୧୧ଥରରେ ୭୫ଜଣ ସେଫ ନିଜ ଉଦ୍ୟମ‌ରେ ସଫଳ ହୋଇ ରେକର୍ଡ କରିଛନ୍ତି।