ବେନେଲିର ନୂଆ ଦାମୀ ବାଇକ୍ ବଜାର ପ୍ରବେଶ

ଭୁବନେଶ୍ବର: ବେନେଲି ତରଫରୁ ରେଟ୍ରୋ କ୍ଲାସିକ୍ ଢାଞ୍ଚାରେ ନୂଆ ବାଇକ୍ ‘ଇମ୍ପେରିଆଲେ ୪୦୦’କୁ ଉନ୍ମୋଚନ କରାଯାଇଛି। ଏହା ତିନିଟି ରଙ୍ଗ ଲାଲ୍, ସିଲ୍‌ଭର୍ ଓ କଳା ରଙ୍ଗରେ ଉପଲବ୍ଧ ହେଉଥିବା ବେଳେ କଂପାନି ତରଫରୁ ଏହି ବାଇକ୍ ଉପରେ ୨ ବର୍ଷର ମାଗଣା ସର୍ଭିସ୍‌ ପ୍ରଦାନ କରାଯାଉଛି। ଏହାର ଏକ୍ସ ସୋ’ରୁମ୍ ଦାମ୍ ୧ ଲକ୍ଷ ୬୯ ହଜାର ଟଙ୍କା ରହିଛି। ଗ୍ରାହକମାନେ ୪୦୦୦ ଟଭ୍କା ନେଇ କଂପାନିର ୱେବସାଇଟ୍ କିମ୍ବା ନିକଟତମ ଡିଲରସିପ୍‌ରେ ଏହାର ବୁକିଙ୍ଗ୍‌ କରିପାରିବେ ବୋଲି କଂପାନିର ଏମ୍‌ଡି ବିକାଶ ଝାବଖ କହିଛନ୍ତି।

ସମ୍ବନ୍ଧିତ ଖବର