ଅନଲାଇନ୍ ଆପରେ ଭଡ଼ାରେ ମିଳୁଛି ଏସି, ଖରାପ ହେଲେ ହେଉଛି ମାଗଣା ମରାମତି

ନୂଆଦିଲ୍ଲୀ:  ଖରା ଯେତିକି ଯେତିକି ବଢୁଛି ତାତି ମଧ୍ୟ ସେତିକି ସେତିକି ବଢୁଛି । ବଢୁଥିବା ଗରମ ଲାଗି ଏବେ ଅଧିକାଂଶ ଘରେ ଏୟାରକଣ୍ଡିସନର (ଏସି)ର ଆବଶ୍ୟକତା ବଢି ଯାଇଛି । ଏମଧ୍ୟରେ ଯେଉଁମାନେ ବାହାରେ ରହୁଛନ୍ତି ବା ଭଡ଼ାଘରେ ରହୁଛନ୍ତି ସେମାନଙ୍କ ଲାଗି ଏବେ ଏସି ଲଗାଇବା ସହଜ ହୋଇଛି । ଖରାଦିନେ ‌‌ଲୋକଙ୍କୁ ଖରାର ଉତ୍ତାପରୁ ରକ୍ଷା କରିବା ପାଇଁ ଏବେ ଗୁଗଲ ପ୍ଲେ ଷ୍ଟୋରରେ କିଛି ଆପ୍ ଉପଲବ୍ଧ ହେଉଛି, ଯାହାକୁ ବ୍ୟବହାର କରି‌ ଲୋକେ ଏସି ଭଡ଼ାରେ ନେଇପାରିବେ। ହଜାର ହଜାର ଟଙ୍କା ଖର୍ଚ୍ଚ କରିବ‌ା ପରିବର୍ତ୍ତେ ଲୋକେ ଏବେ କମ ଖର୍ଚ୍ଚରେ ଏସିର ଲାଭ ଉଠାଇପାରିବେ। କେବଳ ଗରମ ଦିନ ପାଇଁ ଏସି ଲଗାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ଆପ ସୁବିଧାଜନକ । ମାସିକ କେବଳ ୧୦୦୦ଟଙ୍କାରୁ କମ ଭଡାରେ ମିଳିପାରିବ ଏସି । ଏହାକୁ ବ୍ୟବହାର କରିବା ପୂର୍ବରୁ ଏ ସମ୍ବନ୍ଧରେ ଥିବା ନିୟମାବଳୀ ଓ ସର୍ତ୍ତାବଳୀ ଉପରେ ଧ୍ୟାନ ଦିଅନ୍ତୁ ।

ଆସନ୍ତୁ ଜାଣିବା କେଉଁ କେଉଁ ଆପ୍ ଜରିଆରେ ଭଡ଼ାରେ ମିଳୁଛି ଏସି ।

ରେଣ୍ଟୋମୋଜୋ: ଏହି ଆପରେ ଆପଣ ଏସି ବ୍ୟତୀତ ଅନ୍ୟ ସାମଗ୍ରୀ ମଧ୍ୟ ଭଡା ବା ରେଣ୍ଟରେ ନେଇ ପାରିବେ । ଏହି ସେବା ବଡ଼ ବଡ଼ ସହରରେ ଉପଲବ୍ଧ । ରେଣ୍ଟୋମୋଜୋ ଆପ ଓ୍ଵେବସାଇଟ ବ୍ୟତୀତ ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ । ଆପଣ ଏହି ଆପ ମାଧ୍ୟମରେ ମାସିକ ୧୨୧୯ ଟଙ୍କା ଭଡାରେ ଏସି ନେଇ ପାରିବେ।

ସିଟିଫରନିସ୍ :  ସିଟିଫରନିସ୍ ଆପରେ ଆପଣଙ୍କୁ ତୁରନ୍ତ ସର୍ଭିସିଂ ମିଳିଥାଏ । ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ ଭଳି ବଡ଼ ସହର ଗୁଡ଼ିକରେ ଏହାର ସେବା  ଆରମ୍ଭ ହେଇଛି । ଏଥିରେ ଆପଣଙ୍କୁ ସିକୁରିଟି ଚାର୍ଜ ଦେବାକୁ ପଡ଼ିଥାଏ। ଇନଷ୍ଟଲେସନ୍  ସମୟରେ ଏଥିପାଇଁ  ଟଙ୍କା ଦେବାକୁ ପଡ଼ିଥାଏ।

ଫାୟାରରେଣ୍ଟ : ଫାୟାରରେଣ୍ଟରେ ବଡ଼ ଏସି ଠାରୁ ଆରମ୍ଭ କରି ଛୋଟ ଏସି ମଧ୍ୟ ନେଇ ପାରିବେ । ୦.୭୫ ଟନର ଏସି ଲାଗି ୯୧୫ ଟଙ୍କା ଦେବାକୁ ପଡ଼ିଥାଏ। ଏକ ଟନ୍ ଏସି ଲାଗି ଆପଣଙ୍କୁ ୧୩୭୫ ଟଙ୍କା ଖର୍ଚ୍ଚ କରିବାକୁ ହେବ।  ଏହି ପ୍ଲାଟଫର୍ମ ମାଗଣା ଇନଷ୍ଟଲେସନ୍ କରୁଥିବା ବେଳେ ଷ୍ଟାବିଲାଇଜର୍ ପାଇଁ କୌଣସି ଦେୟ ଦେବାକୁ ପଡ଼ି ନଥାଏ।

ସମ୍ବନ୍ଧିତ ଖବର