ଭୁବନେଶ୍ବର : ଚଳିତବର୍ଷର ଶ୍ରେଷ୍ଠ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନି ଭାବେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ୍ ଲିମିଟେଡ (ଓପିଜିସି) ଦ ଇକୋନୋମିକ ଟାଇମ୍ସ ଏନର୍ଜି ଲିଡରସିପ୍‌ ସମ୍ମାନରେ ସମ୍ମାନିତ ହୋଇଛି। ଗତ ୨୦ ତାରିଖରେ ଦିଲ୍ଲୀର ହ୍ୟାଟ୍‌ ରିଜେନ୍ସିଠାରେ ଆୟାଜିତ ସମାରୋହରେ ଓପିଜିସି ପକ୍ଷରୁ ମାନସ ରଂଜନ ରାଉତ, ନିର୍ଦ୍ଦେଶକ (ପରିଚାଳନା) ଏହି ପୁରସ୍କାର ଗ୍ରହଣ କରିଥିଲେ।

Advertisment

ଆର୍ଥିକ ପରିଚାଳନା ଏବଂ ମୂଲ୍ୟ ଅନୁକୂଳ ପଦକ୍ଷେପ ଦ୍ବାରା ୨୦୨୨-୨୩ ଆର୍ଥିକ ବର୍ଷରେ ଓପିଜିସି ସର୍ବୋଚ୍ଚ ୪୮ ପ୍ରତିଶତ ଲାଭ ହାସଲ କରିଛି। ଉନ୍ନତ ପ୍ଲାଣ୍ଟ ଲୋଡ ଫ୍ୟାକ୍ଟର, ସ୍ବଚ୍ଛ ପରିଚାଳନା ମୂଲ୍ୟ, ଚୂଡ଼ାନ୍ତ ଟାରିଫ୍‌ ମୂଲ୍ୟ ଦ୍ବାରା ଗତ ୩ ବର୍ଷ ହେଲା କ୍ଷତି ସହି ଆସୁଥିବା କମ୍ପାନି ୧୧୨୬ କୋଟି ଟଙ୍କା ଲାଭ କରିଛି। ଅନ୍ୟ ଏକ ପୁରସ୍କାର ବର୍ଗରେ କମ୍ପାନିରେ ସକାରାତ୍ମକ ପ୍ରଭାବ ପକାଇଥିବା ତଥା ବ୍ୟବସାୟିକ ତଥା ବ୍ୟବସାୟିକ ନେତୃତ୍ବ ନେଉଥିବା କର୍ମଚାରୀ ଭାବେ ମାନସ ରଂଜନ ରାଉତଙ୍କୁ ବର୍ଷର ମୁଖ୍ୟ ପରିଚାଳନା (ଶକ୍ତି କ୍ଷେତ୍ର) ପାଇଁ ଇଟି ଏନର୍ଜି ଲିଡରସିପ୍ ଆୱାର୍ଡ ପ୍ରଦାନ କରାଯାଇଛି।