ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଅନେକ ଅଗ୍ରଣୀ ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ରିଚାର୍ଜ ଯୋଜନାକୁ ମହଙ୍ଗା କରିଦେଇଛନ୍ତି। ଯାହା ଫଳରେ ଦୁଇଟି ସିମ୍ କାର୍ଡ ଥିବା ଉପଭୋକ୍ତାମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦି ଉପଭୋକ୍ତାମାନେ ଦୀର୍ଘ ସମୟ ଧରି ସିମ୍ ରିଚାର୍ଜ କରୁନାହାନ୍ତି ତେବେ ସିମ୍ଟିର ସେବା ବନ୍ଦ ହୋଇଯାଉଛି। ଏହି ସମୟରେ, ଉପଭୋକ୍ତାମାନେ ଶସ୍ତା ରିଚାର୍ଜ ଯୋଜନା ବିଷୟରେ ଜାଣିବାକୁ ଚାହାଁନ୍ତି। ଯାହା କମ୍ ମୂଲ୍ୟ ସହିତ ଅଧିକ ଦିନର ବୈଧତା ସହିତ ଆସିଥାଏ। ଯଦି ଆପଣ ଦୁଇ ଦୁଇଟି ସିମ୍ ରଖି ମହଙ୍ଗା ରିଚାର୍ଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଯଦି ଆପଣ ସିମ୍ ଆକ୍ଟିଭ୍ ରଖିବା ଯୋଜନା ସହ ଶସ୍ତା ରିଚାର୍ଜ ସୁବିଧା ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏକ ସ୍ୱତନ୍ତ୍ର ଯୋଜନା ବିଷୟରେ କହିବାକୁ ଯାଉଛୁ। ସରକାରୀ କମ୍ପାନୀ ବିଏସ୍ଏନ୍ଏଲ୍ ଅନେକ ପ୍ରକାରର ସୁଲଭ ରିଚାର୍ଜ ଯୋଜନା ପ୍ରଦାନ କରେ। କମ୍ପାନୀ ଦ୍ୱାରା ଏବେ ଏକ ଶସ୍ତା ଯୋଜନା ପ୍ରଦାନ କରାଯାଉଛି, ଯାହାକି ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବ।
ବିଏସ୍ଏନ୍ଏଲ୍ର ୨୨ଟଙ୍କା ପ୍ରିପେଡ୍ ଯୋଜନାରେ ୯୦ ଦିନ ଅର୍ଥାତ୍ ୩ ମାସ ପର୍ଯ୍ୟନ୍ତ ବୈଧତା ସହ ଆସୁଛି। ୯୦ ଦିନର ବୈଧ୍ୟତା ସହିତ ଏହା ହେଉଛି ସବୁଠାରୁ ଶସ୍ତା ରିଚାର୍ଜ ଯୋଜନା। ଏଥିରେ ଆପଣଙ୍କୁ ପ୍ରତି ମିନିଟରେ ୩୦ ପଇସାରେ ସ୍ଥାନୀୟ ଏବଂ ଏସ୍ଟିଡି ଭଏସ୍ କଲିଂର ସୁବିଧା ମିଳିବ। କିନ୍ତୁ ମାଗଣା ଭଏସ୍ କଲିଂ ଏବଂ ଡାଟା ଲାଭ ଏଥିରେ ଉପଲବ୍ଧ ନାହିଁ।
ସିମକୁ ସକ୍ରିୟ ରଖିବା ପାଇଁ ଏହା ସବୁଠାରୁ ଶସ୍ତା ପ୍ଲାନ୍। ସିମ୍ ସକ୍ରିୟ ରଖିବା ପାଇଁ ବିଏସ୍ଏନ୍ଏଲ୍ର ଏହି ୨୨ ଟଙ୍କିଆ ଯୋଜନା ସବୁଠାରୁ ଭଲ ବୋଲି କହିପାରିବା। ଏହି ଯୋଜନା ମାଧ୍ୟମରେ, ଆପଣ ମହଙ୍ଗା ରିଚାର୍ଜରୁ ମୁକ୍ତି ପାଇବେ।