ମୁମ୍ବାଇ: କିଛି ଦିନ ମଧ୍ୟରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ତେଣୁ ଶାଢ଼ିର ଚାହିଦା ଏବେକା ସମୟରେ ବେଶ୍‌ ଅଧିକ। ବିବାହ ଶାଢ଼ିକୁ ନେଇ କେହି କେହି ଆଗରୁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଇ କମର୍ସ ସାଇଟ୍‌ ‘ଆମାଜ୍‌ନ୍‌’ରୁ ମିଳୁଛି ବିଶେଷ ରିହାତି।  ଆମେ ଆପଣଙ୍କ ପାଇଁ କିଛି ଶାଢ଼ି ସଂଗ୍ରହ ବିଷୟ‌ରେ କହିବୁ, ଯାହାକି ଚଳିତବର୍ଷ ଫ୍ୟାସନରେ ରହିଛି।

Advertisment

ଏହି ଶାଢ଼ି ମଧ୍ୟରେ ରେସମ ଶାଢ଼ି, ବନାରସୀ ଶାଢ଼ି, ହସ୍ତତନ୍ତ ଶାଢ଼ି ଏବଂ କାଞ୍ଜିବରମ ଶାଢ଼ି ରହିଛି। ଆମାଜନ୍‌ର ‘ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍‌’ରେ ଏହି ଶାଢ଼ିଗୁଡ଼ିକ ଉପରେ ୭୦% ପର୍ଯ୍ୟନ୍ତ ରିହାତିରେ ଆପଣଙ୍କ ପାଇଁ ଉପଲବ୍ଧ। ଶାଢ଼ିଗୁଡ଼ିକର ଡିଜାଇନ୍ ଏବଂ କାର୍ଯ୍ୟ ବହୁତ ସୁନ୍ଦର। ଆପଣ ମଧ୍ୟ ଏହାକୁ ଉପହାର ଆକାରରେ ଦେଇପାରିବେ।

ଏହି ଶାଢ଼ିଗୁଡ଼ିକୁ ଆମାଜନ ସେଲ୍‌ରେ-୨୦୨୩ରେ ମାତ୍ର  ୨୦୦୦ ଟଙ୍କା ତଳେ କିଣାଯାଇପାରିବ। ଏଥିସହିତ, ଯଦି ଗ୍ରାହକ ଏସବିଆଇ କାର୍ଡ ମାଧ୍ୟମରେ କିଣନ୍ତି, ତେବେ ସେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ରିହାତିର ଲାଭ ମଧ୍ୟ ପାଇପାରିବେ। କେବଳ ଏତିକି ନୁହେଁ, ଗ୍ରାହକଙ୍କ ପାଇଁ ଇଏମ୍‌ଆଇ ବିକଳ୍ପ ମଧ୍ୟ ଉପଲବ୍ଧ।

ଆରମ୍ଭ ହୋଇଗଲାଣି ଆମାଜନ୍‌ର ‘ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ସେଲ୍‌’। ଏହି ଅବସରରେ ଅନେକ ସାମଗ୍ରୀ ଉପରେ ବିଶେଷ ରିହାତି ଦେଖିବାକୁ ମିଳୁଛି। ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍‌ରେ ମିଳୁଛି ଖୁବ୍ ଅଧିକ ରିହାତି। ଆଇଫୋନ୍‌ରୁ ନେଇ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଖୁବ୍ ଭଲ ରିହାତି ମିଳୁଛି। ଏହି ସେଲ୍‌ରେ ସ୍ମାର୍ଟୱାଚ୍‌ ବି ଖୁବ୍‌ ଶସ୍ତାରେ ଉପଲବ୍ଧ ହେଉଛି।