ଭୁବନେଶ୍ବର: ଶିଳ୍ପପତି ନବୀନ ଜିନ୍ଦଲଙ୍କ ନେତୃତ୍ବାଧୀନ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସ୍ପିଏଲ୍) ମୁମ୍ବାଇରେ ଅନୁଷ୍ଠିତ ଷଷ୍ଠ ଇଣ୍ଡିଆ ଲଜିଷ୍ଟିକ୍ସ ଆଣ୍ଡ୍ ସପ୍ଲାଏ ଚେନ୍ ସମ୍ମାନ ୨୦୨୦ କାର୍ଯ୍ୟକ୍ରମରେ ବର୍ଷର ସମ୍ମାନଜନକ ରେସିଲିଏଣ୍ଟ୍ ଯୋଗାଣ ଶୃଙ୍ଖଳା ପୁରସ୍କାର ହାସଲ କରିଛି। କୋଭିଡ-୧୯ ପରି କଠିନ ସମୟରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ କାର୍ଯ୍ୟକ୍ରମରେ କଂପାନି ନିଜର ଅଭିଜ୍ଞତା ଉପସ୍ଥାପନ କରିଛି। ସ୍ଥାନୀୟ ଯୋଗାଣକାରୀଙ୍କଠାରୁ କ୍ରୟ, ରିଭର୍ସ ଇଞ୍ଜିନିୟରିଂ, ପରିବହନ ସୁପରିଚାଳନା, ସ୍ବାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡ ପାଳନ କରିବା ଭଳି ଅଭିନବ ପଦକ୍ଷେପ ଏବଂ ଆଭିମୁଖ୍ୟ ନିମନ୍ତେ ଜେଏସ୍ପିଏଲ୍ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜେଏସପିଏଲକୁ “ଟ୍ରାନ୍ସଫର୍ମେସନାଲ ଟିମ୍ ଡ୍ୟୁରିଙ୍ଗ ଟ୍ରାଇଙ୍ଗ ଟାଇମ୍" ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା।
ଜେଏସ୍ପିଏଲ୍କୁ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର
/sambad/media/post_attachments/wp-content/uploads/2021/03/56445s4h56f4h6fs46h5fshsfhfshfs-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)