ନୂଆଦିଲ୍ଳୀ: ସରକାର ଗରିବଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି । ଅର୍ଥ ମନ୍ତ୍ରଣାଳୟ ଗରିବ ବ୍ୟକ୍ତିଙ୍କୁ ଦେଉଛନ୍ତି ୪୬ହଜାର ୭୧୦ ଟଙ୍କା । ଯଦି ଆପଣଙ୍କ ହ୍ୱାଟ୍ସଆପକୁ ଏଭଳି ମେସେଜ୍ ଆସୁଛି ତେବେ ସାବାଧାନ ହୋଇଯାଆନ୍ତୁ । ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ଠକେଇ କରିବାର ନୂଆ ଜାଲ ବିଛାଇଛନ୍ତି ସାଇବର ଲୁଟେରା ।
ଲୋକଙ୍କୁ ଠକିବା ପାଇଁ ପ୍ରତି ଦିନ ନୂଆ ନୂଆ ଚାଲ୍ ଖେଳୁଥିବା ସାଇବର୍ ଠକ ଏବେ ଲୋକଙ୍କୁ ଫସାଇବା ପାଇଁ ସରକାରୀ ଯୋଜନାର ଲୋଭ ଦେଖାଉଛନ୍ତି । ଲୋକଙ୍କୁ ସରକାରୀ ସହାୟତା ଦେବା ବାହାନାରେ ଲୋକଙ୍କଠୁ ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି ଏବଂ ଟଙ୍କା ଠକି ନେଉଛନ୍ତି । ଯାହାକୁ ନେଇ ସରକାରଙ୍କ ତରଫରୁ ଲୋକଙ୍କୁ ସଚେତନ କରାଯାଇଛି । ପ୍ରେସ୍ ଇନଫରମେସନ୍ ବ୍ୟୁରୋ ଏହିପରି କିଛି ମେସେଜର ସ୍କ୍ରିନସଟ୍ ନେଇ ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଛନ୍ତି । ସରକାରଙ୍କ ତରଫରୁ ଏପରି କୌଣସି ଯୋଜନା ପ୍ରଣୟନ କରାଯାଇନାହିଁ ବୋଲି ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/27/Zbvcz3KKS6zh7My1NLii.jpg)