ଭୁବନେଶ୍ୱର: ହୋଣ୍ଡା ମୋଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ‘ଭାରତ ଅଟୋ’କୁ ଦେଶର ଶ୍ରେଷ୍ଠ ପାର୍ଟସ୍ ବିତରକ ପୁରସ୍କାର ପ୍ରଦାନ କରାଯାଇଛି। ବେଙ୍ଗାଲୁରୁଠାରେ ଅନୁଷ୍ଠିତ କଂପାନିର ସର୍ବଭାରତୀୟ ପାର୍ଟସ୍ ବିତରକ ସମ୍ମିଳନୀରେ ଭାରତ ଅଟୋକୁ ଦୁଇଟି ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଏହାକୁ ୨୦୧୭-୧୮ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ ପୁରସ୍କାର ଓ ଶ୍ରେଷ୍ଠ ଫଣ୍ଡ୍ ମ୍ୟାନେଜର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଭାରତ ଅଟୋର ତତ୍ତ୍ୱାବଧାୟକ ରାଜେନ୍ଦ୍ର କୁମାର ଖେମ୍କା ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସମ୍ମିଳନୀରେ ଦେଶର ୫୨ରୁ ଅଧିକ ବିତରକ ଭାଗ ନେଇଥିଲେ। ବିମୁଦ୍ରାକରଣ ପରବର୍ତି ସମୟ ଓ ଜିଏସ୍ଟି ଲାଗୁ ହେବା ପରେ ଶ୍ରେଷ୍ଠ ବ୍ୟାବସାୟିକ ପ୍ରଦର୍ଶନ କରିଥିବାରୁ ଭାରତ ଅଟୋକୁ ପୁରସ୍କୃତ କରାଯାଉଛି ବୋଲି କଂପାନି ପକ୍ଷରୁ କୁହାଯାଇଛି। ୨୦୧୫-୧୬ ଓ ୨୦୧୬-୧୭ରେ ପୂର୍ବାଞ୍ଚଳ ଶ୍ରେଷ୍ଠ ବିତରକ ଭାବେ ଏହା ପୁରସ୍କାର ହାସଲ କରିଥିଲା।
‘ଭାରତ ଅଟୋ’କୁ ହୋଣ୍ଡାର ଶ୍ରେଷ୍ଠ ପାର୍ଟସ୍ ବିତରକ ପୁରସ୍କାର
/sambad/media/post_attachments/wp-content/uploads/2018/04/honda-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)