ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ର ଅଧ୍ୟକ୍ଷ କ୍ରିଷ୍ଣ ଇଲା ଓ ତାଙ୍କ କମ୍ପାନିର ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରସ୍ତାବିତ ପ୍ରକଳ୍ପ, ପୁଞ୍ଜିନିବେଶ ଆଦି ସମ୍ପର୍କରେ ଆଲୋଚନା ହୋଇଥିବା ଆଶା କରାଯାଉଛି। ଭୁବନେଶ୍ବରର ଅନ୍ଧାରୁଆରେ ଥିବା ଓଡ଼ିଶା ବାୟୋଟେକ୍ ପାର୍କରେ ୧୫୦୦ କୋଟି ଟଙ୍କା ବିନିଯୋଗରେ ଭାରତ ବାୟୋଟେକ୍ ବିଶ୍ବର ସର୍ବବୃହତ୍ ଟିକା ଉତ୍ପାଦନ କାରଖାନା ସ୍ଥାପନ କରିଛି। ସାପିଜେନ୍ ବାୟୋଲଜିକ୍ସ ନାମକ ସହାୟକ କମ୍ପାନି ଜରିଆରେ ଭାରତ ବାୟୋଟେକ୍ ଏହି କାରଖାନା ସ୍ଥାପନ କରିଛି। ସେଥିରେ ୧୦ ପ୍ରକାର ଟିକା ଉତ୍ପାଦନ କରାଯାଉଛି। ଚଳିତ ବର୍ଷ ଜାନୁଆରିରେ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ ସମମୁଗରତ୍ନମ ଏହି କାରଖାନା ପରିଦର୍ଶନ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତ ବାୟୋଟେକ୍ ଅଧ୍ୟକ୍ଷ
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ର ଅଧ୍ୟକ୍ଷ କ୍ରିଷ୍ଣ ଇଲା ଓ ତାଙ୍କ କମ୍ପାନିର ପ୍ରତିନିଧିମାନେ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରସ୍ତାବିତ ପ୍ରକଳ୍ପ, ପୁଞ୍ଜିନିବେଶ ଆଦି ସମ୍ପର୍କରେ ଆଲୋଚନା ହୋଇଥିବା ଆଶା କରାଯାଉଛି।
/sambad/media/media_files/2025/05/15/qdimBp7B3JtTJYwRxUp7.jpg)