‘ଭାରତ କେ ବୀର୍‌’ ଅଭିଯାନକୁ ଡାଲମିଆ ଭାରତର ସମର୍ଥନ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟର ‘ଭାରତ କେ ବୀର୍‌‘ ଅଭିଯାନ ପ୍ରତି ଡାଲମିଆ ଭାରତ ସମର୍ଥନ ପ୍ରଦାନ କରିଛି। କଂପାନି ପକ୍ଷରୁ ନୂଆଦିଲ୍ଲୀର ତ୍ରି ମୂର୍ତି ଭବନଠାରେ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୃହ ମନ୍ତ୍ରୀ ରାଜନାଥ ସିଂହ ଏବଂ ତାଙ୍କ ବିଭାଗର ଦୁଇ ରାଷ୍ଟ୍ର ମନ୍ତ୍ରୀ କୀରଣ ରିଜିଜୁ ଓ ହଂସ୍‌ରାଜ ଗଂଗାରାମ ଆହିର୍‌ ଅତିଥି ଭାବେ ଯୋଗ ଦେଇଥିଲେ। ଅକ୍ଷୟ କୁମାର, କୈଳାଶ ଖେର୍‌ଙ୍କ ଭଳି ସେଲିବ୍ରିଟି ଏବଂ କର୍ପୋରେଟ୍‌ ହାଉସ୍‌ଙ୍କ ଅଂଶଗ୍ରହଣ ଏବଂ ଅବଦାନ ଜରିଆରେ ୧୩ କୋଟି ଟଙ୍କାରୁ ଅଧିକ ପରିମାଣର ଅର୍ଥ ରାଶି ସଂଗ୍ରହ କରାଯାଇଛି। ସିଏପିଏଫ୍‌ର ମୃତ ସୈନିକମାନଙ୍କ ପରିବାରର କଲ୍ୟାଣ ପାଇଁ ଏହି ଅର୍ଥ ବିନିଯୋଗ କରାଯିବ ବୋଲି କଂପାନିର ପରିଚାଳନା ନିର୍ଦେଶକ ପୁନୀତ୍‌ ଡାଲମିଆ କହିଛନ୍ତି।

ସମ୍ବନ୍ଧିତ ଖବର