ଗାନ୍ଧୀନଗର: ଭାରତୀୟମାନେ ଯେଉଁ ପୋଷାକ ସବୁ ସୋ’ରୁମ୍ରୁ କିଣୁଛନ୍ତି ସେଗୁଡ଼ିକ ବ୍ରିଟେନ୍ କିମ୍ବା ଆମେରିକା ମାପ (ସାଇଜ୍) ଅନୁସାରେ ପ୍ରସ୍ତୁତ କରାଯାଇଥାଏ। ଯଥା ଏମ୍, ଏଲ୍, ଏକ୍ସଏଲ୍ କିମ୍ବା ୪୦, ୪୨, ୪୪, ଇତ୍ୟାଦି। ଭାରତରେ ନିଜର ସ୍ବତନ୍ତ୍ର ମାପର ପୋଷାକ ଆଣିବାକୁ ଚାହୁଁଛନ୍ତି। ଏଲ୍, ଏକ୍ସଏଲ୍ ଭଳି ଭାରତର ଏକ ସ୍ବତନ୍ତ୍ର ମାପ ରହିବ ଯାହା ଭାରତୀୟ ଲୋକମାନଙ୍କ ଶରୀରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯିବ। ଭାଇବ୍ରାଣ୍ଟ୍ ଗୁଜରାଟ ସମ୍ମିଳନୀରେ କେନ୍ଦ୍ର ବୟନ ଏବଂ ପୋଷାକ ମନ୍ତ୍ରୀ ସ୍ମୃତି ଇରାନି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଖୁବ୍ଶୀଘ୍ର ଏହାର ମାପ ପାଇବ। ‘ସାଇଜ୍ ଇଣ୍ଡିଆ’ ନାମରେ ଏକ ପ୍ରକଳ୍ପ ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହା ପୂର୍ବରୁ ଲୋକମାନଙ୍କ ପାଇଁ ଉପଯୁକ୍ତ ମାପର ପୋଷାକ ପ୍ରସ୍ତୁ୍ତ କରିବା ନିମନ୍ତେ ବ୍ୟାପକ ସର୍ଭେ କରାଯିବ ବୋଲି ସେ କହିଛନ୍ତି। ଭାରତର ଏକ ସ୍ବତନ୍ତ୍ର ମାପ ନଥିବାରୁ ପୋଷାକ ରପ୍ତାନି ବେଳେ ସମସ୍ୟା ଦେଖାଦେଉଛି ବୋଲି ସେ କହିଛନ୍ତି। ଆମେରିକାର ନିଜସ୍ବ ମାନ ଥିବା ବେଳେ ବ୍ରିଟେନ୍ ଏବଂ ୟୁରୋପର ନିଜ ନିଜର ମାପ ରହିଛି। ଦେଶର ସ୍ଥାନୀୟ ପୋଷାକ ବଜାରର ଚାହିଦା କିଭଳି ରହିଛି ତାହା ଆକଳନ କରିବା ପାଇଁ ସରକାର ଏକ ସ୍ବତନ୍ତ୍ର ସର୍ଭେ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।
ଏମ୍, ଏକ୍ସଏଲ୍ ଭଳି ‘ଭାରତ ମାପ’ର ପୋଷାକ ଆସିବ
/sambad/media/post_attachments/wp-content/uploads/2019/01/apparel.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)