ଭାରତ ମସଲାର ରାମଦାସପୁର ପ୍ଲାଣ୍ଟ ଲୋକାର୍ପିତ

କଟକ : ଭାରତ ମସଲା କଂପାନିର ରାମଦାସପୁରସ୍ଥିତ ଅତ୍ୟାଧୁନିକ ପ୍ଲାଣ୍ଟ୍‌କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ‌ଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି। ୭୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ କ୍ରାୟୋଜେନିକ ଗ୍ରାଇଣ୍ଡିଂ ଟେକ୍ନୋଲୋଜିରେ ନିର୍ମିତ ଏହି ପ୍ଲାଣ୍ଟ ପୂର୍ବ ଭାରତରେ ପ୍ରଥମ ବୋଲି କୁହାଯାଉଛି। ଏହି ପ୍ଲାଣ୍ଟରୁ ପ୍ରସ୍ତୁତ ମସଲା ଶିଳବଟା ମସଲାର ସ୍ବାଦ, ମହକ ଓ ଶୁଦ୍ଧତା ଦେବ। ଏହି ପ୍ଲାଣ୍ଟ ଜରିଆରେ ୪୦୦ରୁ ଅଧିକ ଲୋକ ନିଯୁକ୍ତି ସୁଯୋଗ ପାଇବେ। ଭାରତ ମସଲା ଗ୍ରୁପର ଅଧ୍ୟକ୍ଷ ସ‌ୁରେନ୍ଦ୍ରନାଥ ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସରକାରୀ ଅଧିକାରୀ ଏବଂ କଂପାନିର ବରିଷ୍ଠ ଅଧିକାରୀ ମାନେ ଲୋକାର୍ପଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର