କଟକ: ଭାରତ ମସଲା କମ୍ପାନି ବାଙ୍କୀ ଓ ନିମାପଡା ଅଞ୍ଚଳରେ ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଛି। ପୀଡିତ ପରିବାରଙ୍କୁ ଖାଦ୍ୟ ପ୍ୟାକେଟ ତଥା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ନିମାପଡା ଓ ଗୋଡା ଅଞ୍ଚଳରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାନସଭାରେ ବିଜେଡିର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସମାଜସେବୀ ପ୍ରଫୁଲ୍ଲ କୁମାର ସିଂ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି। ସେହିଭଳି ବାଙ୍କୀ ବନ୍ୟା ଅଞ୍ଚଳରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ପ୍ରମୁଖ ରିଲିଫ ବଣ୍ଟନ କାର୍ଯ୍ୟରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା।
ବନ୍ୟା ବିପନ୍ନଙ୍କୁ ଭାରତ ମସଲାର ରିଲିଫ ବଣ୍ଟନ
/sambad/media/post_attachments/wp-content/uploads/2022/08/sf65h654f65fh456fhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)