ନୂଆଦିଲ୍ଳୀ: ଦ୍ୱିତୀୟ ବିବାହ ନିମନ୍ତେ ଇଚ୍ଛୁକ ପାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ େଓ୍ଵବ୍‌ ପୋର୍ଟାଲ ସେକେଣ୍ଡ୍‌ସାଦି.କମ୍‌କୁ କିଣିଛି ଦେଶର ସବୁଠାରୁ ଲୋକପ୍ରିୟ ବିବାହ ପୋର୍ଟାଲ ଭାରତ ମ୍ୟାଟ୍ରିମୋନି। ମ୍ୟାଟ୍ରିମୋନି.କମ୍‌ରେ ମଧ୍ୟ ପୂର୍ବରୁ ଦ୍ୱିତୀୟ କିମ୍ବା ତଦୁର୍ଦ୍ଧ୍ୱ ବିବାହ ସକାଶେ ଡିଭୋର୍ସି-ଡିଭୋର୍ସିମାଟ୍ରିମୋନି.କମ୍‌ ନାମରେ ଏକ ପୋର୍ଟାଲ ରହିଥିଲା। ସେକେଣ୍ଡ୍‌ସାଦି.କମ୍‌ ଦେଶରେ ଥିବା କିଛି ପୁରୁଣା ବିବାହ ପୋର୍ଟାଲ ମଧ୍ୟରୁ ଅନ୍ୟତମ। ଏହି େଓ୍ଵବ୍‌ସାଇଟ୍‌ର ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇ ସାରିଛି। ସେକେଣ୍ଡ୍‌ସାଦି.କମ୍‌କୁ କିଣିବା ନେଇ ମାଟ୍ରିମୋନି.କମ୍‌ର ସିଇଓ ମୁରୁଗାଭେଲ୍‌ ଜାନକିରମନ କହିଛନ୍ତି କି ଏହି ପୋର୍ଟାଲ ଜରିଆରେ ଅନେକ ଡିଭୋର୍ସି ଏବଂ ବିଧବା ବିବାହ କରିପାରିବେ।publive-image

Advertisment

ଉଲ୍ଳେଖଯୋଗ୍ୟ, ୨୦୦୭ ମସିହାରେ ବିବେକ୍‌ ପହଓ୍ଵା, ଅଙ୍କୁର ଓ୍ଵାରିକୋ ଏବଂ ଉମଙ୍ଗ ଏହି ସେକେଣ୍ଡ୍‌ସାଦି.କମ୍‌ ଲଞ୍ଚ କରିଥିଲେ। ୨୦୧୦ ମସିହା ସେପ୍ଟେମ୍ବର ମାସରେ ଅଙ୍କୁର ଓ୍ଵାରିକୋ ଏହି ପୋର୍ଟଲରୁ ନିଜକୁ ନିବୃତ କରିଥିଲେ। ସେହିପରି ଭାରତ ମ୍ୟାଟ୍ରିମୋନି ୧୯୯୬ ମସିହାରେ ମୁରୁଗାଭେନ୍‌ ଜାନାକିରମନିଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ୨୦୦୧ ମସିହାରେ ମାଟ୍ରିମୋନି.କମ୍‌ ଲଞ୍ଚ ହୋଇଥିଲା।